ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ ପାଣ୍ଡ୍ରିପାଣି ନିକଟରେ ଏଭଳି ଏକ ମୃତ୍ୟୁ ଘଟିଛି ଯାହା ନଦେଖିଲେ କିମ୍ବା ନଶୁଣିଲେ ବିଶ୍ବାସ କରି ହେବ ନାହିଁ। ଗୁରୁବାର ରାତିରେ ଆନ୍ଧ୍ରପ୍ରଦେଶର ନେଲୁର ଗ୍ରାମର କେ.ଶ୍ରୀନିବାସ ରେଡ୍ଡି ନାୟକ ଜମେ ବ୍ୟକ୍ତି ନିଜ କାର ନେଇ କୌଣସି କାମରେ ଯାଉଥିଲେ। ତେବେ ଗାଡିଟି ଖରାପ ହୋଇଯିବାରୁ ଗାଡିକୁ ରାସ୍ତାକଡ଼ରେ ଠିଆ କରି ରାସ୍ତା ଉପରେ ଛିଡା ହୋଇଥିଲେ। ଏହି ସମୟରେ ଏକ ଅଜଣା ଗାଡି ତାଂକୁ ଧକ୍କା ଦେଇଥିଲା। ଫଳରେ ଶ୍ରୀନିବାସଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା।
ଶୁକ୍ରବାର ସକାଳେ ସ୍ଥାନୀୟ ଲୋକେ ଏହା ଦେଖି ମାଲକାନଗିରି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଆଇଆଇସି ରିଗାନ କିଣ୍ଡୋ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। କେଉଁ ଗାଡି ଧକ୍କା ଦେଲା ତାହା ଜଣାପଡିନଥିବା ବେଳେ ପରିବାର ଲୋକଙ୍କୁ ପୁଲିସ ଖବର ଦେଇଛନ୍ତି। ଶନିବାର ପରିବାର ଲୋକେ ପହଞ୍ଚିଲେ ଶବ ବ୍ୟବଛେଦ ହେବ ବୋଲି ଆଇଆଇସି ଶ୍ରୀ କିଣ୍ଡୋ ପ୍ରକାଶ କରିଛନ୍ତି। କାରଟିକୁ ରାସ୍ତା କଡରେ ଠିଆ କରି ବାହାରେ ଛିଡା ହେବା ମାତ୍ରେ ତାଂକର ମୃତ୍ୟୁ ହେବ ବୋଲି କିଏ ଜାଣିଥିଲା। କାରଟି ଖରାପ ଥିବାରୁ ପୁଲିସ କାରଟିକୁ ଥାନାକୁ ଆଣିପାରିନଥିବା ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/Mkg-Accident-1-dead-1.jpg)