ମୋରଡ଼ା: ରବିବାର ସକାଳେ ମୟୂରଭଞ୍ଜ ଜିଲ୍ଲାର ବେତନଟୀ ରେଞ୍ଜ୍ ଅନ୍ତର୍ଗତ ମୋରଡ଼ା ବ୍ଲକ୍ ଅଞ୍ଚଳର ଜଣେ ବ୍ୟକ୍ତି ହେଟାବାଘ ସହ ଲଢ଼େଇ କରି ଆହତ ହୋଇଛନ୍ତି।
ଆହତ ବ୍ୟକ୍ତିଜଣକ ହେଉଛନ୍ତି ସୁନାହଜାର ଗ୍ରାମର ୪୦ ବର୍ଷିୟ ବିରାମ ଟୁଡୁ।
ସକାଳ ପ୍ରାୟ ୬ଟା ପରେ ଶୌଚ ହେବାଲାଗି ବିରାମ ଘରପାଖ ଜଙ୍ଗଲକୁ ଯାଇଥିଲେ। ସେ ମଳତ୍ୟାଗ କରିବାକୁ ବସିଥିବା ଅବସ୍ଥାରେ ଗୋଟାଏ ହେଟାବାଘ ତାଙ୍କ ମୁହଁକୁ ଲକ୍ଷ୍ୟ କରି କୁଦାମାରିଲା। ଆତ୍ମରକ୍ଷା ନିମନ୍ତେ ବିରାମ ଖାଲି ହାତରେ ଆକ୍ରମଣକାରୀ ହେଟାବାଘକୁ ପ୍ରତିରୋଧ କଲେ। ହିଂସ୍ର ହେଟା କବଳରୁ ବର୍ତ୍ତିବା ନିମନ୍ତେ ବିରାମ ତା’ର ଗୋଡ଼ ଓ ମୁହଁକୁ ଧରି ପକାଇ କାବୁ କରିବାକୁ ଚେଷ୍ଟା କରିବା ସହ ସହାୟତା ପାଇଁ ଚିତ୍କାର କରିଥିଲେ। ତାଙ୍କ ଚିତ୍କାର ଶୁଣି ଆଖପାଖରେ ଥିବା ଲୋକେ ଧାଇଁ ଆସିବାରୁ ହେଟା ଘଟଣାସ୍ଥଳରୁ ଖସିଯାଇ ଜଙ୍ଗଲ ଭିତରକୁ ପଳାଇଯାଇଥିଲା।
ଦୀର୍ଘ ସମୟ ଧରି ହେଟା ଓ ବିରାମଙ୍କ ମଧ୍ୟରେ ଚାଲିଥିବା ଏହି ଲଢ଼େଇରେ ବିରାମ କ୍ଷତବିକ୍ଷତ ହୋଇଛନ୍ତି।
/sambad/media/post_attachments/wp-content/uploads/2020/01/hyena-wolf-300x169.jpg)
ଚିକିତ୍ସା ନିମନ୍ତେ ପ୍ରଥମେ ତାଙ୍କୁ କିଷାନତାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅଧିକ ଚିକିତ୍ସା ନିମନ୍ତେ ସେଠାରୁ ତାଙ୍କୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/striped-hyena.jpg)