ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ସିମିଲିଆ ଗ୍ରାମର ସୁରେନ୍ଦ୍ର ମଝୀ (୫୫) ଶୁକ୍ରବାର ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି। ପ୍ରାପ୍ତ ସୂଚନାନୁସାରେ ଆଜି ପଅରାହ୍ଣ ୧ଟାରେ ସୁରେନ୍ଦ୍ର ଘରେ ଏକୁଟିଆ ଥିଲେ। ତାଙ୍କ ପୁଅ ଘରକୁ ଫେରିବା ପରେ ବାପା ବେକରେ ଗାମୁଛା ବାନ୍ଧି ଘର କଡ଼ିରେ ଝୁଲୁଥିବା ଦେଖିବାକୁ ପାଇଥିଲେ।
ପଡୋଶୀଙ୍କ ସହାୟତାରେ ତାଙ୍କୁ ତଳକୁ ଓହ୍ଲାଇ ଚିକିତ୍ସା ପାଇଁ ହସ୍ପିଟାଲକୁ ନେଇଥିଲା। ମାତ୍ର ସେଠାରେ ଡାକ୍ତର ସୁରେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇପୁଲିସ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି। ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ।