ଲୋକେ ଦେଖିଲେ ‘ଆତ୍ମହତ୍ୟା’ : ଖଣ୍ଡଗିରିରେ ଲୋକଙ୍କ ଆଖି ଆଗରେ ଗଛରେ ଚଢ଼ି ଜଣେ ବୟସ୍କ ବ୍ୟକ୍ତିଙ୍କ ଆତ୍ମହତ୍ୟା

ଖଣ୍ଡଗିରି : ସୋମବାର ସନ୍ଧ୍ୟା ୭ଟା ବେଳେ ଲୋକଙ୍କ ଆଖି ଆଗରେ ଗଛରେ ଚଢ଼ି ଜଣେ ବୟସ୍କ ବ୍ୟକ୍ତି ଆତ୍ମହତ୍ୟା କରିବା ଘଟଣା ଖଣ୍ଡଗିରିରେ ଚର୍ଚ୍ଚାର ବିଷୟ ହୋଇଛି। ମୃତକ ହେ‌ଲେ ସ୍ଥାନୀୟ ବାରଭୂଜା ବସ୍ତିରେ ରହୁଥିବା ହରିବନ୍ଧୁ ବିଶ୍ବାଳ(୫୮)। ଘରୋଇ କଳିରୁ ହରିବନ୍ଧୁ ଏଭଳି ଚରମ ପଦକ୍ଷେପ ନେଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିବା ସୂଚନା ମିଳିଛି।

ସୂଚନାନୁସାରେ ଜାଗମରା ବାରଭୂଜା ବସ୍ତିରେ ରହୁଥିବା ହରିବନ୍ଧୁ କୌଣସି କାରଣରୁ ଘରେ କଳି କରି ରାଗରେ ବାହାରକୁ ଚାଲି ଆସିଥିଲେ। ପରିବାର ଲୋକଙ୍କ ଅଗୋଚରରେ ସେ ଏକ ରଶି ନେଇ ଆସିଥିଲେ। କଳିଙ୍ଗ ଗଣନାଟ୍ୟ ପେଣ୍ଡାଲର ଠିକ ପଛରେ ଥିବା ଏକ ଗଛରେ ସେ ଚଢ଼ି ଯାଇଥିଲେ। ସେଠାରେ ବହୁତ ଲୋକ ତାଙ୍କୁ ଗଛ ଛଢ଼ୁଥିବାର ଦେଖୁଥିଲେ ହେଁ ସେ ଆତ୍ମହତ୍ୟା କରିବାକୁ ଗଛ ଚଢ଼ୁଛନ୍ତି ବୋଲି କେହି ଭାବି ପାରିନଥିଲେ। ମାତ୍ର ଉପରେ ଥାଇ ସେ ରଶିକୁ ବେକ ଓ ଗଛ ଡାଳରେ ବାନ୍ଧି ତଳକୁ ଡେଇଁ ପଡ଼ିଥିଲେ।

ସମ୍ବନ୍ଧିତ ଖବର