କର୍ଲାମୁଣ୍ଡା: ପାଣିଟାଙ୍କି ଉପରେ ଚଢ଼ି ଜଣେ ଯୁବକ ଆତ୍ମହତ୍ୟା ଧମକ ଦେଇଛନ୍ତି। କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ କଅଁସିଲ ଗ୍ରାମରେ ଏହି ପରିସ୍ଥିତି ଦେଖିବାକୁ ମିଳିଛି। ଏକ ଡଙ୍ଗର ତଳେ ପାଣିଟାଙ୍କି ନିର୍ମାଣ ହୋଇଥିବା ବେଳେ ଗାଁରେ ପାଇପ ପୋତୁଥିବା ଏକ ଶ୍ରମିକ ଏଭଳି ଚେତାବନୀ ଦେଇଛନ୍ତି। ବ୍ୟକ୍ତି ଜଣକ ହେଲେ ମହେଶ। ତାଙ୍କ ଘର ନବରଙ୍ଗପୁର ବୋଲି ଜଣାପଡିଛି।
ସୂଚନା ପାଇ ମଦନପୁର ରାମପୁର ଥାନାଧିକାରୀ ସୁଦର୍ଶନ ନାୟକ, ରିଷିଡା ଫାଣ୍ଡି ଅଧିକାରୀ ବିପିନ ମିଶ୍ର କର୍ଲାମୁଣ୍ଡା ଫେୟାର ଟିମ, ମଦନପୁର ବନାଞ୍ଚଳ ଟିମ ସଦଳବଳେ ଉପସ୍ଥିତ ରହି ମହେଶଙ୍କୁ ଓଲ୍ଲାଇବାକୁ ଚେଷ୍ଟା କଲେ ମଧ୍ୟ ଅଦ୍ୟାବଧି ସେ ତଳକୁ ଆସିବାକୁ ଅମଙ୍ଗ ପ୍ରକାଶ କରୁଛନ୍ତି।
ପ୍ରକାଶଥାଉକି ୪ମାସ ଆଗରୁ ମଧ୍ୟ ଏମିତି ଅଭିନୟ କରିଥିବା କିଛି ଗ୍ରାମବାସୀ କହୁଥିବା ଶୁଣିବାକୁ ମିଳିଛି। ପ୍ରଶାସନ ପକ୍ଷରୁ ଯଦି ଉପରକୁ ଯିବାକୁ ଚେଷ୍ଟା କରୁଥିଲେ ମଧ୍ୟ ଜୈନିକ ବ୍ୟକ୍ତିଟି ଉପରୁ ତଳକୁ ଜମ୍ପ କରିଦେବି ବୋଲି ଧମକ ଦେଉଛି। ସେଥିପାଇଁ ପ୍ରଶାସନ ନାକେଦମ ହୋଇଛି। ସକାଳ ୭ ଟାରୁ ଅଦ୍ୟାବଧି ସମାନ ପରିସ୍ଥିତି ଥିବାରୁ ଲୋକଙ୍କ ମନରେ ଆଶଙ୍କା ଉପୁଜୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/b7870ed7-45b4-4fa7-8349-2b6201dc3119.jpeg)