ବନ୍ୟା ସମୟରେ ଦୁଃସାହସିକ ଜଳଯାତ୍ରା

କଣ୍ଟିଲୋ : କଣ୍ଟିଲୋ ହାଟମୁଣ୍ଡପାଟଣା ନିବାସୀ ଅବସରପ୍ରାପ୍ତ ପୋଲିସ କନେଷ୍ଟବଳ ଗୋବିନ୍ଦ ଚନ୍ଦ୍ର ମହାରଣା ଆଜି ସକାଳ ସାଢେ ୮ଟା ସମୟରେ ମହାନଦୀ ବନ୍ୟା ପାଣିରେ ମୋଟର ଟ୍ୟୁବ୍‌ ସାହାଯ୍ୟରେ ପାରାଦୀପ ପର୍ଯ୍ୟନ୍ତ ଜଳଯାତ୍ରା ଆରମ୍ଭ କରିଥିବା ଜଣାଯାଇଛି। ସେ ଗତ ୨୦୧୧ ମସିହାରେ ହୀରାକୁଦଠାରୁ ବଉଦ ପର୍ଯ୍ୟନ୍ତ ଏପରି ଜଳଯାତ୍ରା କରିଥିଲେ। ଏହି ଦୁଃସାହସିକ ଜଳଯାତ୍ରା ସମୟରେ ଶତାଧିକ ଗ୍ରାମବାସୀ ତାଙ୍କୁ ସମ୍ବର୍ଦ୍ଧନା ଜଣାଇ ବିଦାୟ ଦେଇଥିଲେ। କଣ୍ଟିଲୋ ନୀଳମାଧବ ମନ୍ଦିର ପାହାଡ଼ ତଳେ ଥିବା ମା’ ଗଙ୍ଗାଦେବୀଙ୍କ ପୀଠରୁ ତାଙ୍କର ଜଳଯାତ୍ରା ଆଜି ଆରମ୍ଭ ହୋଇଥିଲା। ଆସନ୍ତା ଶନିବାର ସନ୍ଧ୍ୟାରେ ଶ୍ରୀ ମହାରଣା ପାରାଦୀପଠାରେ ପହଞ୍ଚିବେ ବୋଲି ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର