ସାବଧାନ ! ମ୍ୟାଜିକ୍‌ ପେନ୍‌ ବ୍ୟବହାର କରି ଆକାଉଣ୍ଟ ଖାଲି କରି ଦେଉଛନ୍ତି ଏହି ଗ୍ୟାଙ୍ଗ, ଜାଣନ୍ତୁ ଏହି ପେନ୍‌ର କରାମତି

ଭୁବନେଶ୍ୱର: ମ୍ୟାଜିକ ପେନ୍‌ ସହାୟତାରେ ଅଭିନବ ଉପାୟରେ ଠକେଇ କରୁଥିବା ଏକ ଗ୍ୟାଙ୍ଗ ଏବେ ରାଜଧାନୀରେ ସକ୍ରିୟ ହୋଇଛି । ଏଭଳି ଅଭିଯୋଗ ମିଳିବା ପରେ ପୁଲିସର ମୁଣ୍ଡବିନ୍ଧାର କାରଣ ପାଲଟିଛି। ଦୀର୍ଘଦିନ ଧରି ସୁମ୍ବାଇ ଲୋକଙ୍କୁ ଚୁନା ଲଗାଇବା ପରେ, ସେହିଭଳି ରାଜଧାନୀରେ ଏକ ଗ୍ୟାଙ୍ଗ ଅପରେଟ୍‌ କରୁଛି । ଟିକିଏ ସାବଧାନ ନ ରହିଲେ ଆପଣଙ୍କ ଆକାଉଂଟରକୁ ଏମାନେ କଳାକନା ବୁଲାଇ ଦେବେ । ଲୋକଙ୍କୁ ଲୁଟିବା ପାଇଁ ଏମାନଙ୍କ ଦରକାର ପଡୁନି କିଛି ବି ଅସ୍ତ୍ରଶସ୍ତ୍ର, ମ୍ୟାଜିକ ପେନ୍‌ ଜରିଆରେ ଏହି ସ୍ମାର୍ଟ ଠକମାନେ ଆପଣଙ୍କ ଟଙ୍କା ନେଇ ଉଭାନ ହୋଇଯାଉଛନ୍ତି।

ବ୍ୟାଙ୍କରେ ଲୋନ୍‌ ଦେବା ପାଇଁ ଇଚ୍ଛୁକ ବ୍ୟକ୍ତିଙ୍କୁ ଟାର୍ଗେଟ କରନ୍ତି ଏହି ଗ୍ୟାଙ୍ଗ । କମ୍‌ ସୁଧ ଏବଂ ଅଳ୍ପ ସମୟରେ ଅଧିକ ଟଙ୍କାର ଲୋନ୍‌ ଦେବେ ବୋଲି ପ୍ରତିଶୃତି ବି ଦିଅନ୍ତି । କୌଣସି ବ୍ୟକ୍ତି ରାଜି ହେବା ପରେ, ଏକ କ୍ୟାନସେଲ ଚେକ୍‌ ମାଗନ୍ତି ଏହି ଠକ ଗ୍ୟାଙ୍ଗ । ତେବେ ଚେକଟିକୁ ହାତରେ ପାଇବା ମାତ୍ରେ, ନିଜ ପାଖରେ ରଖିଥିବା ଏକ ମ୍ୟାଜିକ ପେନ୍‌ ଜରିଆରେ ଏହାକୁ କ୍ୟାନସଲ କରି ଦିଅନ୍ତି । ମ୍ୟାଜିକ ପେନରେ ଲେଖାଯାଇଥିବା ସମସ୍ତ ଅକ୍ଷର ଏବଂ ଗାରଗୁଡିକୁ ଲାଇଟର ସାହାଯ୍ୟରେ ଅତି ସହଜରେ ଲିଭାଇ ଦେଇ ପାରନ୍ତି ଏମାନେ । ଆଉ ଚେକରେ ଥିବା ଦସ୍ତଖତରୁ ଖାଲି କରି ଦିଅନ୍ତି ଆପଣଙ୍କ ଆକାଉଣ୍ଟ। ଏଭଳି ଏକ ଘଟଣା ଜଗନ୍ନାଥ ଗ୍ରାଫିକ୍ସ ମାଲିକଙ୍କ ସାଙ୍ଗରେ ଘଟିଛି।

ଗତ କିଛି ଦିନ ତଳେ ମୁମ୍ବାଇ ପୁଲିସ ଏହି ଭଳି ମ୍ୟାଜିକ ପେନ୍‌ ଗ୍ୟାଙ୍ଗକୁ ଗିରଫ କରିଥିଲା । ସେହି ଗ୍ୟାଙ୍ଗ ମୁମ୍ବାଇ ପରେ, ଏବେ ରାଜଧାନୀରେ ଲୋକଙ୍କୁ ଲୁଟିବାକୁ ଡେରା ପକାଇଥିବା ସନ୍ଦେହ କରାଯାଉଛି । ଏବେ ଏହି ମ୍ୟାଜିକ ପେନ୍‌ ଗ୍ୟାଙ୍ଗର ପର୍ଦାଫାଶ କରିବା କମିଶନରେଟ୍‌ ପୁଲିସ ପାଇଁ ଏକ ବଡ ଚ୍ୟାଲେଂଜ୍‌ ପାଲଟିଛି ।

ସମ୍ବନ୍ଧିତ ଖବର