କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକର ସିକରପାଇ ଗ୍ରାମରେ ଘଟିଥିବା ଅଗ୍ନିକାଣ୍ଡରେ ଏକ ଦମ୍ପତିଙ୍କ ପ୍ରାଣହାନି ଘଟିଛି। ଗତକାଲି ସିକରପାଇ ଗ୍ରାମର ମୁଖ୍ୟ ରାସ୍ତାକଡ଼ରେ ଥିବା ଏକ ପାଉଁରୁଟି କାରଖାନାରେ ନିଆଁ ଲାଗି ଗୋଟିଏ ପରିବାରର ଚାରିଜଣଙ୍କ ଦେହରେ ନିଆଁ ଲାଗି ଯାଇଥିବାରୁ ଦୁଇ ମହିଳା ଓ ଦୁଇ ଜଣ ପୁରୁଷ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ପୁରୁଷଙ୍କ ଦେହ ପ୍ରାୟ ୫୦ ପ୍ରତିଶତରୁ ଅଧିକ ପୋଡ଼ିଥିବା ବେଳେ ଦୁଇ ମହିଳାଙ୍କର ମଧ୍ୟ ଅଧିକାଂଶ ସ୍ଥାନରେ ପୋଡ଼ିଯାଇଥିବା ଦେଖିବାକୁ ମିଳିଛି। ଏଥିରେ ସ୍ବାମୀ ଦୟାନିଧି ବେହେରା ଓ ସ୍ତ୍ରୀ ଲକ୍ଷ୍ମୀ ବେହେରାଙ୍କର ମୃତ୍ୟୁ ଘଟିଥିବା ବେଳେ ପୁଅ ଅନୀଲ କୁମାର ବେହେରା, ବାଘା ବେହେରା ଓ ବୋହୂ ସ୍ୱପ୍ନା ବେହେରାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରିତ କରାଯାଇଛି।

Advertisment

ସନ୍ଧ୍ୟା ପ୍ରାୟ ପାଞ୍ଚଟା ସମୟରେ କୁଆଡେ ବୋହୂ ସ୍ୱପ୍ନା ଚା’ ତିଆରି କରୁଥିବା ବେଳେ କେଜାଣି କେମିତି ଲୁଗାରେ ନିଆଁ ଲାଗି ଯାଇଥିବାରୁ ପାଟି କରିଥିବାରୁ ଶାଶୁ ଲକ୍ଷ୍ମୀ ନିଆଁ ଲିଭାଇବା ପାଇଁ ଯାଇ ସେ ମଧ୍ୟ ପୋଡ଼ି ଯିବାରୁ ବାପା ଦୟାନିଧି ଓ ପୁଅ ଅନିଲ ଦୁଇ ମହିଳାଙ୍କ ନିଆଁ ଲିଭାଇବା ପାଇଁ ଯାଇ ଅଧିକ ପୋଡ଼ି ହୋଇଯାଇଥିଲେ। ବାପା ଓ ପୁଅଙ୍କ ଦେହର ପ୍ରାୟ ୫୦ରୁ ଅଧିକ ପ୍ରତିଶତ ପୋଡ଼ିଯାଇଥିବା ଦେଖିବାକୁ ମିଳିଛି। ଚାରି ଜଣ ପୋଡ଼ି ଆହତ ହୋଇଥିବା ଦେଖି ଗ୍ରାମର କିଛି ଲୋକ ଆସି ନିଆଁକୁ ଆୟତ୍ତ କରିବା ସହ ସେମାନଙ୍କୁ ଉଦ୍ଧାର କରିଥିଲେ। ପରେ ଆମ୍ବୁଲାନ୍ସ ଓ ନିଜର ଓମିନି ଗାଡ଼ିରେ ଚିକିତ୍ସା କରିବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା।

publive-image

ସେଠାରୁ ପୁଣି ବ୍ରହ୍ମପୁର ଏମକେସିଜି ଡାକ୍ତରଖାନା ନେବା ସମୟରେ ବାଟରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ସେମାନଙ୍କର ଅବସ୍ଥା ଗୁରୁତର ଅବସ୍ଥାରେ ରହିଥିବା ଜଣା ପଡ଼ିଛି। ନିଆଁ ଲାଗିବାର କାରଣ ଜଣାପଡିନାହିଁ। ଏସମ୍ପର୍କରେ ଖବର ପାଇ ଅଗ୍ନିଶମ ବିଭାଗ ଓ ପୁଲିସ ଥାନା ଅଧିକାରୀ ସୁକୁମା ହଂସଦା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।