ସମାଜରେ ବଢୁଥିବା ଆତ୍ମହତ୍ୟାର ନିରାକରଣ ନିମନ୍ତେ ‘ମନମ୍‌ ଫାଉଣ୍ଡେସନ୍‌’ ପକ୍ଷରୁ ‘ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ’ପାଳିତ

ଭୁବନେଶ୍ୱର : ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ବାରା ଘୋଷିତ ହୋଇଅଛି। ଆମ ଦେଶରେ ଆତ୍ମହତ୍ୟାର ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ତେଣୁ ଏହାର ସଚେତନତା ସୃଷ୍ଯି କରି ନିବାରଣକୁ ଗୁରୁତ୍ବ ଦେବାର ଅତ୍ୟନ୍ତ ଆବଶ୍ୟକତା ରହିଛି।

ଏହି ଅବସରରେ ‘ମନମ୍‌ ଫାଉଣ୍ଡେସନ୍‌’ ଦ୍ବାରା ଭାରତୀୟ ବିଦ୍ୟା ଭବନଠାରେ ଏକ ସଭା ସମାରୋହ ଆୟୋଜନ କରାଯାଇଥିଲା। ଏହି ସଭାରେ ବିଭିନ୍ନ ସମାଜର ପ୍ରମୁଖ ବ୍ୟକ୍ତି ବିଶେଷ ଯଥା ମନସ୍ତତ୍ତ୍ବବିଦ୍‌, ସମାଜସେବକମାନେ ଯୋଗଦେଇଥିଲେ। ଏହାବ୍ୟତୀତ ଏହି ସଭାରେ ବିଭିନ୍ନ କଲେଜର ଛାତ୍ରଛାତ୍ରୀ, ନିଶାପିଡୀତ ଯୁବକ, ବୁଦ୍ଧିଜୀବୀ, କିନ୍ନର ଗୋଷ୍ଠୀର ସଦସ୍ୟ, ବିଦ୍ୟାଳୟର ପରାମର୍ଶଦାତା ଏବଂ ବିଭିନ୍ନ ଏନ୍‌ଜିଓର ସଦସ୍ୟମାନେ ଯୋଗଦେଇଥିଲେ।

ଏହି ସଭାରେ ବିଶିଷ୍ଟ ମନସ୍ତତ୍ତ୍ବବିଦ୍‌ ହାଇଟେକ୍‌ ହସ୍ପିଟାଲର ଡଃ ଅମ୍ରିତ୍ ପାଟ୍ଟଯୋଶୀ, ସମ୍‌ ହସ୍ପିଟାଲର ଡଃ ଶୁଭେନ୍ଦୁ ମିଶ୍ର, (ସ୍ୱାଭିମାନ ଅନୁଷ୍ଠାନର ସଂସ୍ଥାପକ) ଏବଂ ବିଶିଷ୍ଟ ସମାଜସେବିକା ଡଃ ସ୍ମୃତି ମହାପାତ୍ର, ଓଡ଼ିଶାର ପ୍ରଥମ କିନ୍ନର ଶାସକୀୟ ଅଧିକାରୀ ଐଶ୍ୱର୍ଯ୍ୟା ରିତୁପର୍ଣ୍ଣା ପ୍ରଧାନ ପ୍ରମୁଖ ଭାଷଣ ଦେଇଥିଲେ।

ଏହି ସଭାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସମାଜରେ ବଢୁଥିବା ଆତ୍ମହତ୍ୟାର ମାତ୍ରା ହ୍ରାସ କରିବା ପାଇଁ ସଚେତନତା ସୃଷ୍ଟି କରିବା। ଏଥିପାଇଁ ହଳଦିଆ ରଙ୍ଗର ବ୍ୟାଚ୍‌ ପରିଧାନ କରି ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସରେ ସମସ୍ତଙ୍କୁ ସଚେତନ କରିବାକୁ ଉଦ୍ୟମ କରାଯାଇଥିଲା। ଏହି ସଭା ମନମ୍‌ ଫାଉଣ୍ଡେସନର ଅଧ୍ୟକ୍ଷା ଅନୁରାଧା ମହାପାତ୍ର, ମୁଖ୍ୟ ପରାମର୍ଶଦାତା ସୌମ୍ୟା ସୁଚରିତା ମହାପାତ୍ର, ମନୋଚିକିତ୍ସକ ଡଃ ସାୟଲୀ ମିଶ୍ର ଏବଂ ସହପରାମର୍ଶଦାତା ରାଜଶ୍ରୀ ବେହେରା ଏବଂ ଆୟୁଷି ବିଶ୍ୱାସଙ୍କ ମିଳିତ ଉଦ୍ୟମରେ କାର୍ଯ୍ୟକାରୀ କରାଯାଇଥିଲା।

ସମ୍ବନ୍ଧିତ ଖବର