କଟକ/ଖୋର୍ଦ୍ଧା : ଆତ୍ମଘୋଷିତ ଗୁରୁଜୀ ମାନସ ଦାସଙ୍କୁ ହାଇକୋର୍ଟରୁ ଅନ୍ତରୀଣ ଜାମିନ ମିଳିଛି। ପତ୍ନୀଙ୍କ ଅସୁସ୍ଥତା କାରଣ ଦର୍ଶାଇ ସେ ହାଇକୋର୍ଟରେ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ ଅନ୍ତରୀଣ ଆବେଦନ କରିଥିଲେ। ତାଙ୍କ ମୂଳ ଜାମିନ ଆବେଦନ ବିଚାରାଧୀନ ଥିବା ବେଳେ ତାଙ୍କୁ ହାଇକୋର୍ଟ ଏକ ମାସ ପାଇଁ ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି। ଜଷ୍ଟିସ ଆର୍‌.‌କେ. ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ମାନସଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଅନ୍ତରୀଣ ଜାମିନ ମିଆଦ ଶେଷ ହେବା ପରେ ସେ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବେ। ଏହାପରେ ମାନସଙ୍କ ନିୟମିତ ଜାମିନ ଆବେଦନର ହାଇକୋର୍ଟରେ ପୂର୍ଣ୍ଣାଙ୍ଗ ଶୁଣାଣି ହେବ। ଅନ୍ୟପକ୍ଷରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ନିମ୍ନ ଅଦାଲତରେ ଆବଶ୍ୟକ ସର୍ତ୍ତ ପୂରଣ କରିବା ପରେ ଆଜି ମାନସ ଅନ୍ତରୀଣ ଜାମିନରେ ଜେଲରୁ ମୁକୁଳିଛନ୍ତି। ଆଜି ସଂଧ୍ୟାରେ ମାନସ ଜେଲରୁ ଅନ୍ତରୀଣ ଜାମିନରେ ମୁକୁଳିଥିବା ନେଇ ଖୋର୍ଦ୍ଧା ଏସ୍‌ଡିପିଓ ସୁଶୀଲ ମିଶ୍ର ସୂଚନା ଦେଇଛନ୍ତି।

Advertisment

ଉଲ୍ଲେଖ ଯୋଗ୍ୟ ଯେ ମାନସଙ୍କ ବିରୋଧରେ ବେଗୁନିଆ ଥାନାରେ ମାମଲା ରୁଜୁ ହେବା ପରେ ତାଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା।