ଭୁବନେଶ୍ବର: ରାଜ୍ୟସଭାରେ ବିଜୁ ଜନତା ଦଳର ମୁଖ୍ୟ ସଚେତକ ପଦବିରୁ ସୁଲତା ଦେଓଙ୍କୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ନିଯୁକ୍ତି ମିଳିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ନିଯୁକ୍ତି ଦେଇଥିବା ନେଇ ଦଳ ପକ୍ଷରୁ ଜାରି ଏକ ପ୍ରେସ୍ ବିବୃତିରେ କୁହାଯାଇଛି। ହଠାତ ସୁଲତାଙ୍କୁ କାହିଁକି ହଟାଇ ଦିଆଗଲା, ତାହାକୁ ନେଇ ଦଳୀୟ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ଗତ ଦୁଇ ତାରିଖରେ ହୋଇଥିବା ବିଜେଡିର ଜନସମ୍ପର୍କ ପଦଯାତ୍ରା ବେଳେ ସୁଲତା ମୁଖ୍ୟମନ୍ତ୍ରୀଙ୍କ ବେକରେ ଦଳୀୟ ଉତ୍ତରୀୟ ପକାଇଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ଚିଡ଼ିଯାଉଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଏହି ଘଟଣାର ଦୁଇ ଦିନ ପରେ ତାଙ୍କୁ ମୁଖ୍ୟ ସଚେତକ ପଦବିରୁ ବିଦା କରାଯାଇଥିବାରୁ ଏହି ପ୍ରସଙ୍ଗଟିକୁ ଅଧିକ ଯୋଡ଼ାଯାଉଛି। ହେଲେ ଦଳ ପକ୍ଷରୁ ଏ ନେଇ କୌଣସି କାରଣ ଦର୍ଶାଯାଇ ନାହିଁ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp