ଚାନ୍ଦବାଲି: ବହୁଚର୍ଚ୍ଚିତ ମାନସ ହତ୍ୟାକାଣ୍ଡ ମାମଲାରେ ଆଜି ଭୁବନେଶ୍ବର ଦୟାଲ ଆଶ୍ରମର କେୟାର ଟେକର୍ ସୋନି ପାତ୍ରଙ୍କୁ ଚାନ୍ଦବାଲି ଜେଏମ୍ଏଫ୍ସି କୋର୍ଟରେ ହାଜର କରିଥିଲା କ୍ରାଇମବ୍ରାଞ୍ଚ। ସେଠାରେ ସିଆର୍ପିସି ୧୬୪ ଧାରାରେ ୩ ଘଣ୍ଟା ଧରି ତାଙ୍କର ବୟାନ ରେକର୍ଡ କରାଯିବା ସହିତ ହତ୍ୟାରେ ବ୍ୟବହୃତ ସାମଗ୍ରୀ ସବୁ କୋର୍ଟ ଜିମା ଦିଆଯାଇଥିଲା। ଏଥିସହିତ ଅଭିଯୁକ୍ତମାନଙ୍କର ଟିଆଇ ପ୍ୟାରେଡ୍ ପାଇଁ କ୍ରାଇମବ୍ରାଞ୍ଚ୍ ତରଫରୁ କୋର୍ଟରେ ଆବେଦନ କରାଯାଇଛି। ଏହି ସବୁ ଔପଚାରିକତା ସରିବା ପରେ ଅପରାହ୍ନରେ କ୍ରାଇମବ୍ରାଞ୍ଚ ଡିଏସ୍ପି କଳ୍ପନା ସାହୁ କେୟାର ଟେକର୍ ସୋନିଙ୍କୁ ଧରି ଭୁବନେଶ୍ବର ଫେରି ଯାଇଥିଲେ।
ମାନସ ସ୍ବାଇଁ ହତ୍ୟା ମାମଲା: ଅଭିଯୁକ୍ତଙ୍କ ଟିଆଇ ପରେଡ୍ ପାଇଁ କ୍ରାଇମବ୍ରାଞ୍ଚର ଆବେଦନ
/sambad/media/post_attachments/wp-content/uploads/2022/03/arrest.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)