କଟକ: କ୍ୟାମେରାମ୍ୟାନ୍ ମାନସ ସ୍ବାଇଁଙ୍କ ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ରାଜ୍ ଓରଫ ରଂଜନ ନାୟକ ସତ ଓଗାଳିଥିବା ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ପ୍ରେସ ରିଲିଜ୍ ଜରିଆରେ ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ ପଚରାଉଚରା ବେଳେ ଅଭିଯୁକ୍ତ ରଂଜନ ନାୟକ ମୃତ ମାନସ ସ୍ବାଇଁଙ୍କୁ ଚାନ୍ଦବାଲି ଥାନା ଅଧୀନରେ ଥିବା ପଳାସପୁରରୁ ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ, ଝୁନା ଭୋଇ, ଭାଗ୍ୟଧର ନାୟକ, ନିଲୁ ଓରଫ ବିବେକଙ୍କୁ ଶର୍ମିଷ୍ଠା ରାଉତଙ୍କ କାରରେ ଆଣିଥିବାର ସ୍ୱୀକାର କରିଛନ୍ତି। ସେମାନେ ଏୟାରଫିଲ୍ଡ ଥାନା ଅଧୀନରେ ଥିବା ଦୟାଲ ଆଶ୍ରମରେ ଅତି ନିର୍ମମ ଭାବରେ ମାନସ ସ୍ବାଇଁଙ୍କୁ ଆକ୍ରମଣ କରିଥିଲେ। ନିରଂଜନ ସେଠୀ ମଧ୍ୟ ଆଶ୍ରମରେ ମୃତ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ମୃତ୍ୟୁ ପରେ ସେମାନେ ମାନସ ସ୍ବାଇଁଙ୍କ ମୃତଦେହକୁ ଶର୍ମିଷ୍ଠା ରାଉତଙ୍କ କାରରେ ଆଣି ରଣପୁର ଥାନା ଅଞ୍ଚଳରେ ପୋତିଥିଲେ।
/sambad/media/post_attachments/wp-content/uploads/2022/03/84fe97c5-26c8-4c00-a693-88cd8b2bca0e-1024x768.jpg)
ଏହାପରେ ସେମାନେ ଚଣ୍ଡିଖୋଲଠାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଦୈତାରୀ - ପାରାଦୀପ ଏକ୍ସପ୍ରେସ ରାସ୍ତାରେ ଅବସ୍ଥିତ ଏକ ସ୍ଥାନକୁ ଯାଇଥିଲେ। ସେଠାରେ ସେମାନେ ଗୋଟିଏ ମୋବାଇଲ୍ ଇୟର ଫୋନ୍, ମୃତ ମାନସଙ୍କର ଗୋଟିଏ ହଳ ଚପଲ୍ ଏବଂ ଅଖା ଆଦି ଜିନିଷ ପୋଡ଼ି ଦେଇଥିଲେ। ଏହାଛଡ଼ା ସେମାନେ ମୃତଦେହକୁ ଯେଉଁ ଶାଢ଼ିରେ ଗୁଡ଼ାଇ ରଖିଥିଲେ ଏବଂ ମୃତଦେହ ଖୋଳିବା ଏବଂ ପୋତି ଦେବା ପାଇଁ ବ୍ୟବହୃତ କୋଦାଳ ଏବଂ ଗଇଁତି ଆଦି ଫିଙ୍ଗିଥିଲେ।
ରଂଜନ ନାୟକଙ୍କ ବିବୃତିକୁ ଆଧାର କରି, ତଦନ୍ତ ଅଧିକାରୀ ଏବଂ ସାଇଣ୍ଟିଫିକ୍ ଟିମ୍ ସକାଳେ ସେହି ସ୍ଥାନକୁ ଯାଇଥିଲେ। ଘଟଣାସ୍ଥଳରୁ ଏକ ଅର୍ଦ୍ଧ ଜଳିଯାଇଥିବା ମୋବାଇଲ୍ ଇୟର୍ ଫୋନ୍, ଗୋଟିଏ ହଳ ଅଧା ପୋଡ଼ା ଚପଲ ଆଦି ମିଳିଛି।
/sambad/media/post_attachments/wp-content/uploads/2022/03/0b9710e7-3b78-40ec-8cb1-8febceb30a1b.jpg)
ହତ୍ୟା ପରେ ପ୍ରମାଣ ଲୁଚାଇବା ପାଇଁ ଏଭଳି କରିଥିବା ପୁଲିସ ଆଗରେ ସତ ଓଗାଳିଛି ଅଭିଯୁକ୍ତ ରଂଜନ ନାୟକ। ଜେରା ସମୟରେ ସେ ସ୍ବୀକାର କରିଛି ଯେ ଶର୍ମିଷ୍ଠା ରାଉତ ହିଁ କ୍ୟାମେରାମ୍ୟାନ୍ ମାନସ ସ୍ବାଇଁଙ୍କ ହତ୍ୟା ମାମଲାରେ ମାଷ୍ଟର ମାଇଣ୍ଡ। ମାନସକୁ ହତ୍ୟା କରିବା ପରେ ପ୍ରମାଣ ଲୁଚାଇବା ପାଇଁ ଚଣ୍ଡିଖୋଲ ଆସିଥିଲେ ଅଭିଯୁକ୍ତ। ଏଥିଲାଗି ଆଜି ରଂଜନ ନାୟକକୁ ଚଣ୍ଡିଖୋଲ ନେଇଥିଲା କ୍ରାଇମବ୍ରାଞ୍ଚ। ଏନେଇ ଅଧିକ ତଦନ୍ତ ଜାରି ରହିଥିବା କହିଛି କ୍ରାଇମବ୍ରାଞ୍ଚ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/Ranjan-Says-on-Manas-Swain-Murder-Case_Thumbnail.jpg)