ଜୟପୁର : ମଣ୍ଡି ଆରମ୍ଭର ୧୩ଦିନ ବିତିଥିବା ବେଳେ ଆଜି ସାମାନ୍ୟ ଜୋର ଧରିଥିବା ସୂଚନା ମିଳିଛି। ଗତ ୧୩ଦିନ ମଧ୍ୟରେ ୩୫ଟି ମଣ୍ଡିରେ ୫ଟି ଲ୍ୟାମ୍ପ, ୬ଟି ମହିଳା ସ୍ବୟଂ ସହାୟକ ଦଳ ଓ ଗୋଟିଏ ପାଣି ପଂଚାୟତ ଏଭଳି ୧୨ଟି କ୍ରୟକାରୀ ସଂସ୍ଥା ପକ୍ଷରୁ ରିପୋର୍ଟ ଲେଖାହେବା ଯାଏଁ ୬୫ହଜାର ୭୧୨କୁଇଣ୍ଟାଲ ଧାନ କିଣିଛନ୍ତି। ପ୍ରାରମ୍ଭରେ ମିଲର ମାନେ କୋରାପୁଟ ଓ ଜୟପୁର ଉପଖଣ୍ଡକୁ ନେଇ ବିବାଦ ଦେଖାଦେଇଥିଲା। ତେବେ ଏହି କ୍ରମରେ ଏବେ କୋରାପୁଟ ଉପଖଣ୍ଡରେ ଧାନ ଉଠି ନଥିବା ବେଳେ ଜୟପୁର ଉପଖଣ୍ଡରେ ଧାନ ଉଠିବା ଆରମ୍ଭ ହୋଇଛି। ସେଭଳି କଟନି ଛଟନି ବିବାଦ ଏବଂ କିଛି ମିଲର ଚୁକ୍ତିନାମା କରିଥିଲେ ହେଁ ସଲଭେନସୀ ସାର୍ଟିପିକେଟ ଦାଖଲ କରିନଥିବାରୁ କିଛି ମଣ୍ଡିରେ ଭାଗ ନେଇ ନାହାନ୍ତି।
ଅନ୍ୟପକ୍ଷରେ ଚାଷୀ ମାନେ ପାମ୍ପୁଣୀ ଓ ଘିଉରୀ ମଣ୍ଡିର ଚାଷୀ ମାନେ ଟୋକେନ୍ ପାଇ ଧାନ ନେଇ ମଣ୍ଡିକୁ ଆସି ଦିନ ତମାମ ଅପେକ୍ଷା କରି ଖାଲିରେ ଫେରିଛନ୍ତି। କୁସୁମି ମଣ୍ଡିରେ କଟନି ଛଟନି ବିବାଦ ଯୋଗୁଁ ଧାନ ଉଠି ପାରିନି। ଅନ୍ୟ ପକ୍ଷରେ ୨୦ଟି ଲ୍ୟାମ୍ପ ମଧ୍ୟରୁ ଏବେ ପର୍ଯ୍ୟନ୍ତ ବୋରିଗୁମ୍ମା , କାମତା, କୁମୁଲିପୁଟ, ଉମୁରୀ ଓ କୋଟପାଡ ଲ୍ୟାମ୍ପ ଧାନ କିଣାରେ ଭାଗ ନେଲେଣି। ସେଭଳି ୨୦ଟି ମହିଳା ସ୍ବୟଂ ସହାୟକ ଦଳ ମଧ୍ୟରୁ ୬ଟି ଏବଂ ୨ଟିରୁ ଗୋଟିଏ ପାଣି ପଂଚାୟତ ଧାନ କିଣା ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/jpr-phampuni-mondee-4.jpg)