ଖୋଲିଲା ମନ୍ଦିରା ଡ୍ୟାମର ସମସ୍ତ ୧୧ ଗେଟ୍‌

ରାଉରକେଲା: ମନ୍ଦିରା ଡ୍ୟାମର ସମସ୍ତ ୧୧ଟି ଗେଟ୍‌କୁ ରବିବାର ଖୋଲି ଦିଆଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଡ୍ୟାମ୍‌ର ୫ଟି ଗେଟ୍‌କୁ ଆଜି ସକାଳୁ ଖୋଲି ଦିଆଯାଇଥିଲା। ସନ୍ଧ୍ୟାରେ ଶେଷ ୬ଟି ଗେଟକୁ ଖୋଲି ଦିଆଯାଇଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ମନ୍ଦିର ଡ୍ୟାମର ଜଳସ୍ତର ବୃଦ୍ଧି ପାଇଛି। ଫଳରେ କର୍ତ୍ତୃପକ୍ଷ ଡ୍ୟାମରୁ ପାଣି ନିଷ୍କାସନ କରୁଛନ୍ତି। ଡ୍ୟାମରୁ ୧୧ଟି ଗେଟ୍‌ ଖେଳାଯିବା ପରେ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇଛି। ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ପାଇଁ ଡ୍ୟାମ୍‌ କର୍ତ୍ତୃପକ୍ଷ ତରଫରୁ ପରାମର୍ଶ ଜାରି କରାଯାଇଛି।

ସମ୍ବନ୍ଧିତ ଖବର