ମୁଖ୍ୟମନ୍ତ୍ରୀଙ୍କୁ ମାନେକାଙ୍କ ଚିଠି, ହାତୀ ସୁରକ୍ଷା ପାଇଁ ବ୍ୟକ୍ତିଗତ ଭାବେ ଧ୍ୟାନ ଦେବାକୁ ପରାମର୍ଶ

ଭୁବନେଶ୍ୱର: ଢେଙ୍କାନାଳରେ ଏକକାଳୀନ ୭ ହାତୀ ମୃତ୍ୟୁ ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ପଶୁ ଅଧିକାର ଏବଂ ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ମାନେକା ଗାନ୍ଧୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ହାତୀ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ କରିବା ସହିତ ହାତୀ ସୁରକ୍ଷା ପାଇଁ ବ୍ୟକ୍ତଗତ ଭାବେ ଧ୍ୟାନ ଦେବାକୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ।

ଏଥିସହିତ କେନ୍ଦ୍ରମନ୍ତ୍ରୀ ମାନେକା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ୨୦୧୧ ରୁ ୨୦୧୭ ମଧ୍ୟରେ ଓଡ଼ିଶାରେ ମୋଟ ୪୫୫ଟି ହାତୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେଥି ମଧ୍ୟରୁ ୨୮ ପ୍ରତିଶତ ଅର୍ଥାତ ୧୨୪ଟି ହାତୀ କେବଳ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଛନ୍ତି ।

ଅନ୍ୟପଟେ କେନ୍ଦ୍ର ସରକାର ହାତୀ ସୁରକ୍ଷା ପାଇଁ ଏ.କେ.ବିଶ୍ୱାଳ କମିଟି ଗଠନ କରିଥିଲେ । କିନ୍ତୁ ରାଜ୍ୟ କମିଟିର ସୁପାରିସ କାର୍ଯ୍ୟକାରୀ କରୁନାହିଁ । ତେଣୁ ଏ.କେ.ବିଶ୍ୱାଳ କମିଟିର ସୁପାରିସକୁ କାର୍ଯ୍ୟକାରୀ କରିବାକୁ କହିଛନ୍ତି ମାନେକା ।  ଯେଉଁ କର୍ମଚାରୀମାନେ ସୁପାରିସକୁ କାର୍ଯ୍ୟକାରୀ କରି ନାହାଁନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ମାନେକା।

ସମ୍ବନ୍ଧିତ ଖବର