ପୁରୀ : ପ୍ରଦୂଷଣ ମୁହଁରେ ପ୍ରକୃତିର ସୃଷ୍ଟି ମଙ୍ଗଳା ନଦୀ। କଳା ଜହର ପାଲଟିଲାଣି ମଙ୍ଗଳା ନଦୀର କାଚକେନ୍ଦୁ ଭଳି ପାଣି। ଫଳସ୍ବରୂପ ମଙ୍ଗଳା ନଦୀରେ ଥିବା ମାଛ ସହ ଅନ୍ୟାନ୍ୟ ଜଳଜୀବ ମୃତ୍ୟୁମୁଖରେ ପଡ଼ିଛନ୍ତି। କିଛିଦିନ ହେବ ହଜାର ହଜାର ସଂଖ୍ୟାରେ ମାଛ ମଙ୍ଗଳା ନଦୀ କୂଳର ଦୁଇପାର୍ଶ୍ବରେ ମରି ପଡ଼ିଥିବା ଦେଖିବାକୁ ମିଳିଛି। ଏହି ମଲା ମାଛ ପଚିଯିବା ପରେ ଆଖପାଖ ଅଞ୍ଚଳ ଦୁର୍ଗନ୍ଧରେ ଫାଟି ପଡ଼ୁଛି। ମଙ୍ଗଳା ନଦୀରେ ମିଶୁଥିବା ନାଳର ପାଣି ସହ ପଚି ଯାଇଥିବା ମାଛର ଦୁର୍ଗନ୍ଧ ପରିବେଶକୁ ଏତେ ପ୍ରଦୂଷିତ କରୁଛି ଯେ ମଙ୍ଗଳ ନଦୀ କୂଳ ମାଡ଼ିବା କଷ୍ଟକର ହୋଇପଡ଼ିଛି। ଷ୍ଟର୍ଲିନ୍ ନିକଟ ବେଳାଭୂମି, ମଙ୍ଗଳ ମୁହାଣ ଆଦି ବୁଲୁଥିବା ପର୍ଯ୍ୟଟକମାନେ ଏଭଳି ପ୍ରତିକୂଳ ଓ ଦୁର୍ଗନ୍ଧମୟ ପରିବେଶ ଦେଖି ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
/sambad/media/post_attachments/wp-content/uploads/2022/07/mangala-river3.jpg)
ମଙ୍ଗଳା ନଈର ଜଳରାଶି ଗୋଟିଏ ପାର୍ଶ୍ବରେ ସମୁଦ୍ରରେ ମିଶିଥିବା ବେଳେ ଅନ୍ୟ ପାର୍ଶ୍ବରେ ମୂଷା ନଈ ସହ ସଂଯୋଗ ହୋଇ ଭାର୍ଗବୀର ଶାଖା ନଈରେ ମିଶିଛି। ପ୍ରତିବର୍ଷ ପୁରୀ ସହର ଓ ତଳିଆ ଅଞ୍ଚଳରୁ ବର୍ଷା ତଥା ବନ୍ୟା ଜଳ ନିଷ୍କାସନରେ ଏହା ପ୍ରମୁଖ ଭୂମିକା ତୁଲାଇ ଆସୁଛି। ବନ୍ୟା ବିତ୍ପାତ ସମୟରେ ଏହି ନଈରେ ମଙ୍ଗଳା ମୁହାଣ ଦେଇ ଅତିରିକ୍ତ ଜଳ ସମୁଦ୍ର ଭିତରକୁ ଚାଲି ଯାଉଛି। ଯେଉଁଥିପାଇଁ ପୁରୀ ପୌରପାଳିକା ସହ ତଳିଆ ଅଞ୍ଚଳବାସୀ ବନ୍ୟା ବିତ୍ପାତରୁ ରକ୍ଷା ପାଇ ଆସୁଛନ୍ତି। କିନ୍ତୁ କିଛି ବର୍ଷ ହେବ ନାଳର ଆବର୍ଜନା ପାଣି ମଙ୍ଗଳା ନଈରେ ମିଶିବା ଫଳରେ ଏହାର ଜଳ ପ୍ରଦୂଷିତ ହେବାରେ ଲାଗିଛି। କେବଳ ପୌରପାଳିକାର ନାଳ ଏହା ସହ ସଂଯୋଗ ହୋଇନି, ଅନେକ ହୋଟେଲ, ଘର ମାଲିକ ବି ବେଆଇନ୍ ଭାବେ ନିଜ ନିଜ ଘରର ଆବର୍ଜନା ଏହି ମଙ୍ଗଳ ନଈକୁ ଛାଡ଼ୁଛନ୍ତି। ସେପଟେ ଆଖପାଖ ଦୋକାନୀ, ହୋଟେଲ, ଆପାର୍ଟମେଣ୍ଟମାନେ ଜରି, ପଲିଥିନ୍ ଆଦି ଆବର୍ଜନା ମଙ୍ଗଳା ନଈରେ ଫିଙ୍ଗୁଛନ୍ତି। ପରିଣାମ ସ୍ବରୂପ ମଙ୍ଗଳା ନଈର ଜଳ ପ୍ରଦୂଷିତ ହେବା ସହ କାଚକେନ୍ଦୁ ପାଣି କ୍ରମେ କଳା ଜହର ପାଲଟି ବ୍ୟବହାର ଅଯୋଗ୍ୟ ହୋଇପଡ଼ିଲାଣି। ସେପଟେ ଏହି ନଈ ମୂଷା ଓ ଭାର୍ଗବୀ ସହ ମିଶିଥିବାରୁ ଏସବୁ ନଦୀ ବି ପ୍ରଦୂଷିତ ହେବା ଆଶଙ୍କା ଦେଖାଦେଇଛି।
/sambad/media/post_attachments/wp-content/uploads/2022/07/mangala-river-3a.jpg)
ଅନ୍ୟପଟେ ମଙ୍ଗଳା ନଈ ଜହର ହେବା ଫଳରେ ମାଛ ସହ ଅନ୍ୟ ଜଳଜୀବ ମରିପଡ଼ିବା ପରିବେଶ ବିଗିଡ଼ିବାର ଏକ ଅନୁକୂଳ ସନ୍ଦେଶ ଦେଉଛି। ଏହା ପ୍ରଥମ ଘଟଣା ନୁହେଁ, ଗତ କିଛି ମାସ ଭିତରେ ବାରମ୍ବାର ଏଭଳି ଘଟଣା ଘଟିଲାଣି। ହଜାର ହଜାର ସଂଖ୍ୟାରେ ମାଛ ମଙ୍ଗଳ ନଈ ଆରମ୍ଭରୁ ମୁହାଁଣ ପର୍ଯ୍ୟନ୍ତ ମରି ପଡ଼ୁଛନ୍ତି। କିନ୍ତୁ ପ୍ରଶାସନ ଓ ଜଳସେଚନ ବିଭାଗ ଏ ଦିଗରେ ନିରବଦ୍ରଷ୍ଟା ସାଜିବା ପରିବେଶବିତ୍ମାନଙ୍କ ମହଲରେ ଅସନ୍ତୋଷ ଭରି ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/mangala-river.jpg)