ଯୋଡ଼ା : ଯୋଡ଼ା ଥାନା ଅନ୍ତର୍ଗତ ଖଣି ଉପନିର୍ଦେଶକଙ୍କ କାର୍ଯ୍ୟାଳୟ ପଛପଟେ ଥିବା ନେପାଳି ବସ୍ତିରୁ ପୁଲିସ ଏକ ମାଙ୍ଗାନିଜ ବୋଝେଇ ବୋଲେରୋ ଜବତ କରିଛି। ପ୍ରାପ୍ତ ସୂଚନା ଅନୁସାରେ, ଗତକାଲି ଭୋରରେ ନେପାଳିବସ୍ତିରେ ଏକ ସନ୍ଦିଗ୍ଧ ବୋଲେରୋ ଠିଆ ହୋଇଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ।
ପୁଲିସର ପାଟ୍ରୋଲିଂ ଟିମ୍ ପହଞ୍ଚି ବୋଲୋରୋର ଯାଞ୍ଚ କରିଥିଲେ। ସେଥିରୁ ବସ୍ତାବସ୍ତା ମାଙ୍ଗାନିଜ ବାହାରିଥିଲା। ଜବତ ମାଙ୍ଗାନିଜର ପରିମାରଣ ୫୦ କୁଇଣ୍ଟାଲ ହେବ ବୋଲି ପୁଲିସ କହିଛି। ପୁଲିସ ଗାଡ଼ି ଜବତ କରି ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ପଦ୍ମାଳୟା ସାହୁ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/7-8.jpg)