ଆମ୍ବ ଚାଷ ପାଇଁ ପାଞ୍ଚବର୍ଷିଆ କାର୍ଯ୍ୟ ଯୋଜନା ପ୍ରସ୍ତୁତ ପାଇଁ ୬ ଜଣିଆ କମିଟି

ଭୁବନେଶ୍ୱର : ଆଗାମୀ ପାଞ୍ଚବର୍ଷରେ ରାଜ୍ୟରେ ଆମ୍ବ ଚାଷଠାରୁ ଆରମ୍ଭ କରି ବିପଣନ ପର୍ଯ୍ୟନ୍ତ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯିବ। ଆମ୍ବ ଚାଷ ନିମନ୍ତେ ରାୟଗଡ଼ା, ଢେଙ୍କାନାଳ, ମୟୂରଭଞ୍ଜ, କୋରାପୁଟ, କେନ୍ଦୁଝର, ଗଜପତି ଓ ଅନୁଗୁଳ ଜିଲ୍ଲାଗୁଡ଼ିକୁ ମନୋନୀତ କରାଯାଇଛି। ଏ ନେଇ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଆମ୍ବ ଚାଷ ପାଇଁ ପାଞ୍ଚବର୍ଷିଆ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ଉଦ୍ୟାନ କୃଷି ବିଭାଗର ଯୁଗ୍ମ ନିର୍ଦେଶକ ରମେଶ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଏକ ୬ ଜଣିଆ କମିଟି ଗଠନ କରାଯାଇଛି। ୧୯ ତାରିଖରେ ଏହି କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର