ରାଜ୍ୟସ୍ତରୀୟ ‘ଆମ୍ବ ମହୋତ୍ସବ’ ଜୁନ୍‌ ୧ରେ

ଭୁବନେଶ୍ବର : ଆସନ୍ତା ଜୁନ୍‌ ୧ରୁ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ(ଏସ୍‌ଆଇଆର୍‌ଡି) ପରିସରରେ ରାଜ୍ୟସ୍ତରୀୟ ‘ଆମ୍ବ ମହୋତ୍ସବ-୨୦୧୯’ ଶୀର୍ଷକ ପ୍ରଦର୍ଶନୀ ତଥା ବିକ୍ରୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶାର ପୁରପଲ୍ଲୀରେ ଉତ୍ପାଦିତ ହେଉଥିବା ସଦ୍ୟ ସ୍ୱାଦିଷ୍ଟ କିସମର ବିଭିନ୍ନ ଦେଶୀ ଆମ୍ବ ମିଳିବ।

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନ ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି(ଓର୍‌ମାସ୍‌) ତଥା ଓଡ଼ିଶା ଜୀବିକା ମିସନ୍‌ର ମିଳିତ ଉଦ୍ୟମରେ ଏହାର ଆୟୋଜନ କରାଯାଉଛି। ଏଥିନିମନ୍ତେ ଏକ ପ୍ରସ୍ତୁତି ସଭା ଓର୍‌ମାସ୍‌ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟର ପ୍ରମୁଖ ଆମ୍ବ ଉତ୍ପାଦନକାରୀ ୮ଟି ଜିଲ୍ଲା ଯଥା: ଅନୁଗୁଳ, ରାୟଗଡ଼ା, ମୟୂରଭଞ୍ଜ, ସମ୍ବଲପୁର, ବଲାଙ୍ଗୀର, କୋରାପୁଟ, ଢେଙ୍କାନାଳ ଓ ଗଜପତିର ଜିଲ୍ଲାସ୍ତରୀୟ ଅଧିକାରୀ, ଉତ୍ପାଦକ କମ୍ପାନି, ଗୋଷ୍ଠୀଗୁଡ଼ିକର ପ୍ରତିନିଧିଗଣ ତଥା କର୍ମକର୍ତାମାନଙ୍କ ସହିତ ଓର୍‌ମାସ୍‌ର ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱୟଂପ୍ରଭା ମହାନ୍ତି ଓ ଉପନିର୍ଦ୍ଦେଶକ(ବିପଣନ) ସୁଜୟ କର ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର