ଘର ଉପରେ ପଡିଲା ଆମ୍ବଗଛ, ଚାପି ହୋଇ ଆଈ ମୃତ, ନାତୁଣୀ ଆହତ

ଫୁଲବାଣୀ: ଫୁଲବାଣୀ ସହର ପିଅନପଡାଠାରେ ଆଜି ସନ୍ଧ୍ୟାରେ ଘଟିଛି ଏକ ଅଭାବନୀୟ ଦୁଃଖଦ ଘଟଣା। ଏକ ଘ‌ର ଉପରେ ଆମ୍ବଗଛ ପଡିବାରୁ ଚାପି ହୋଇ ବୃଦ୍ଧା ଆଈର ମୃତ୍ୟୁ ହୋଇଥିବା ବେଳେ ୩ ବର୍ଷର ନାତୁଣୀ ଆହତ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ ପେଞ୍ଜିସାହିର ସୁକୁମଣି ବେହେରା(୭୦) ଝିଅ ଘର ପିଅନପଡାକୁ ଯାଇଥିଲେ। ଆଜି ସନ୍ଧ୍ୟାରେ ସେ ୩ ବର୍ଷର ନାତୁଣୀକୁ ଧରି ଘର ସମ୍ମୁଖରେ ଠିଆ ହୋଇଥିଲେ। ପାଖରେ ଥିବା ଏକ ଆମ୍ବଗଛ ଘର ଉପରେ ପଡିଥିଲା। ଏଥିରେ ସୁକୁମଣି ଓ ନାତୁଣି ଚାପି ହୋଇ ରହିଥିଲେ। ଖବର ପାଇଁ ପୁଲିସ ଓ ସ୍ଥାନୀୟ ଲୋକ ପହଞ୍ଚି କଟର ସାହାଯ୍ୟରେ ଗଛକୁ କାଟି ସୁକୁମଣି ଓ ନାତୁଣୀକୁ ବାହାର କରିଥିଲେ। ହେଲେ ସେତେବେଳକୁ ସୁକୁମଣିଙ୍କର ମୃତ୍ୟୁ ହୋଇ ଯାଇଥିଲା। ନାତୁଣୀ ଆହତ ହୋଇଥିବା ବେଳେ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏହି ଦୁଃଖଦ ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି। ଏ ନେଇ ଏକ ମାମଲା ରୁଜୁ କରାଯାଇଛି ବୋଲି ଫୁଲବାଣୀ ଟାଉନ ଥାନାଧିକାରୀ ସୁଶାନ୍ତ କୁମାର ସେଠୀ କହିଛନ୍ତି।

ସମ୍ବନ୍ଧିତ ଖବର