ଭୁବନେଶ୍ୱର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ଦାନା’ ଶକ୍ତିଶାଳୀ ହୋଇ ସ୍ଥଳଭାଗ ମୁହାଁ ହୋଇଛି। ‘ଦାନା’ର ପ୍ରଭାବରେ ତୁହାକୁ ତୁହା ବର୍ଷା ସହିତ ପବନ ବେଗ ମଧ୍ୟ ଧୀରେଧୀରେ ବଢ଼ିବାରେ ଲାଗିଛି। ଓଡିଶାର ଭିତରକନିକାର ତାଳଚୁଆଠାରେ ‘ଦାନା’ ଲ୍ୟାଣ୍ଡଫଲ୍ କରିବ ବୋଲି ଅନୁମାନ କରାଯାଉଛି।
ତେବେ ଭିତରକନିକାରେ ଥିବା ହେନ୍ତାଳବଣ ‘ଦାନା’କୁ ବାଧା ଦେବାର ଯଥେଷ୍ଟ ସମ୍ଭାବନା ଥିବା କୁହାଯାଉଛି। ହେନ୍ତାଳବଣ ପବନର ବେଗ କମାଇବା ସହିତ ସୁରକ୍ଷା ଯୋଗାଇବା ପାଇଁ ପ୍ରାକୃତିକ କବଚ ପରି କାମ କରିବ। ରିପୋର୍ଟ ଅନୁଯାୟୀ, ହେନ୍ତାଳବଣରେ ଧକ୍କା ହେବା ପରେ ‘ଦାନା’ଦୁର୍ବଳ ହୋଇଯିବ ବୋଲି କୁହାଯାଉଛି ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ ସମୁଦ୍ର କୂଳରେ ଥିବା ହେନ୍ତାଳବଣ ‘ଦାନା’କୁ ଦୁର୍ବଳ କରିପାରେ।
ରିପୋର୍ଟ ଅନୁଯାୟୀ, ୧୯୯୯ର ସୁପର ସାଇକ୍ଲୋନ୍ ଏବଂ ୨୦୨୧ର ବାତ୍ୟା ୟାସ୍ ତଥା ୨୦୧୯ରେ ବାତ୍ୟା ବୁଲବୁଲ୍ ସମୟରେ ମଧ୍ୟ ହେନ୍ତାଳବଣ ଏକ ପ୍ରତିରକ୍ଷା କବଚ ଭାବରେ ଠିଆ ହୋଇଥିଲା। ଏହା ସହିତ ଧକ୍କା ହେବା ପରେ ବାତ୍ୟାର ପବନର ବେଗ କମିଯାଇଥିଲା।
୨୦୧୯ରେ, ବାତ୍ୟା ବୁଲବୁଲ୍ ହେନ୍ତାଳବଣରେ ଧକ୍କା ହେବା ପରେ ଏହାର ବେଗ ଘଣ୍ଟା ପ୍ରତି ୨୦ କିଲୋମିଟରକୁ ଖସି ଆସିଥିଲା ।
ବାତ୍ୟା ‘ଦାନା’ ପ୍ରଭାବରେ ୩ଟି ଜିଲ୍ଲା ସମୁଦ୍ରରେ ୧ ରୁ ୨ମିଟର ଉଚ୍ଚ ସମୁଦ୍ର ଜୁଆର ସୃଷ୍ଟି ହେବାର ସମ୍ଭାବନା ରହିଛି।
ସୂଚନାଯୋଗ୍ୟ, ଓଡ଼ିଶାରେ ୨୫୯ ବର୍ଗ କିଲୋମିଟର ହେନ୍ତାଳବଣ ଅଛି। ସେଥିମଧ୍ୟରୁ କେବଳ ଭିତରକନିକାରେ ୨୦୯ ବର୍ଗ କିଲୋମିଟର ହେନ୍ତାଳବଣ ରହିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2024/10/24/1SpDpvw3hBZlKaSoS413.jpeg)