ଲୋଇସିଂହା : ଆବାସ ଯୋଜନାରେ ଘର ହାତେଇବା ବଲାଙ୍ଗୀର ବ୍ଲକ୍ ମନହୀରା ସରପଞ୍ଚ ବ୍ରଜ ପୁଟେଲଙ୍କୁ ମହଙ୍ଗା ପଡ଼ିଛି। ଏଥିପାଇଁ ତାଙ୍କୁ ନିଜ ପଦ ହରାଇବାକୁ ପଡ଼ିଛି। ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ପତ୍ର ସଂଖ୍ୟା ପିଆର୍-ପିଏଡିଏମ୍-ଇଏସ୍ଏସ୍ଟି(୦୦୪୪-୨୦୨୦) ୧୫୨୦୩ ତା ୮.୯.୨୦୨୧ ଅନୁଯାୟୀ ଶ୍ରୀ ପଟେଲଙ୍କୁ ସରପଞ୍ଚ ପଦରୁ ବହିଷ୍କୃତ କରାଯାଇଥିବା ସୂଚନା ମିଳିଛି।
/sambad/media/post_attachments/wp-content/uploads/2021/09/874de07a-f7e7-416d-91c5-fc96928c7366.jpg)
ସୂଚନାଯୋଗ୍ୟ ଯେ, ଶ୍ରୀ ପୁଟେଲ ତାଙ୍କ କ୍ଷମତାର ଦୁରୁପଯୋଗ କରି ସଂପର୍କୀୟଙ୍କ ନାମରେ ଆବାସ ଯୋଜନାରେ ଘର ହାତେଇଥିବା ବିଷୟରେ ଗ୍ରାମବାସୀ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ। ଏହାର ତଦନ୍ତ କରାଯାଇ ଗତ ଜାନୁଆରି ମାସରେ ଶ୍ରୀ ପୁଟେଲଙ୍କୁ ସରପଞ୍ଚ ପଦରୁ ନିଲମ୍ବନ କରାଯାଇଥିଲା। ଏହାକୁ ଚାଲେଞ୍ଜ କରି ସେ ଗତ ଫେବ୍ରୁଆରି ୧୧ ତାରିଖ ଦିନ କୋର୍ଟର ଦ୍ବାରସ୍ଥ ହୋଇଥିଲେ। ତେବେ ଗତ ୬ ତାରିଖ ଦିନ ସ୍ବତନ୍ତ୍ର ଭାବେ ବିଭାଗୀୟ ମନ୍ତ୍ରୀ, ଜିଲ୍ଲା ଗ୍ରାମପଞ୍ଚାୟତ ଅଧିକାରୀ, ବିଡିଓ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସରପଞ୍ଚ ଶ୍ରୀ ପୁଟେଲଙ୍କୁ ନେଇ ଭର୍ଚୁଆଲ ମିଟିଂ ହୋଇଥିଲା। ଶ୍ରୀ ପୁଟେଲ ଦାଖଲ କରିଥିବା ଦସ୍ତାବିଜକୁ ନେଇ ଅଧିକାରୀମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ଉକ୍ତ ପଦବି ସେ ଫେରି ପାଇଲେ ପଞ୍ଚାୟତ ଅଧିକ କ୍ଷତିଗ୍ରସ୍ତ ହେବ ବୋଲି ମତ ଦେଇଥିଲେ। ଏହି କ୍ରମରେ ଉକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡ଼ିଛି।
ଶ୍ରୀ ପୁଟେଲଙ୍କୁ ସରପଞ୍ଚ ପଦରୁ ବହିଷ୍କୃତ କରାଯିବା ପରେ ତାଙ୍କ ବିରୋଧରେ ସରକାର ଦୁର୍ନୀତି ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/1ca52fac-3511-4ec5-b7ee-46bb1fa59894.jpg)