ଥାନାର ଦ୍ବାରସ୍ଥ ହେଲେ ମଣିଭଦ୍ର ବିଶ୍ବାଳ, ଦିନେ ହସଉଥିଲେ ଏବେ କାନ୍ଦୁଛନ୍ତି !

ବାହାନଗା: ଦିନେ ତାଙ୍କ ପାଇଁ ଯାତ୍ରା ପେଣ୍ଡାଲ ହସରେ ଉଛୁଳୁଥିଲା। ଯାତ୍ରାଜଗତରେ ନିଜର ନିଆରା ହାସ୍ୟ ସଂଳାପ ଓ ଅଭିନୟ ଚାତୁର୍ଯ୍ୟ ପାଇଁ ଏକଦା ନମ୍ବର ୱାନ୍ କମେଡିଆନ୍‌ର ଖ୍ୟାତି ଅର୍ଜନ କରିଥିଲେ ସେ। ମଣିଭଦ୍ର ବିଶ୍ୱାଳ ଓରଫ ରସରାଜ ମଣି ଭାବେ ପରିଚିତ ଏହି ଖ୍ୟାତନାମା କଳାକାରଙ୍କ ଦୁଃଖ ଏବେ କହିଲେ ନ ସରେ। ବଳବୟସ ହଟିବା ପରେ ପାରିବାରିକ ନିର୍ଯାତନାର ଶିକାର ହୋଇଛନ୍ତି ମଣିଭଦ୍ର। ଶାନ୍ତିରେ ବଞ୍ଚିବା ସହିତ ନ୍ୟାୟ ପାଇଁ ଖନ୍ତାପଡ଼ା ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ସୂଚନା ମୁତାବକ ମଣିଭଦ୍ର ଯାତ୍ରା ଜଗତରୁ ଅବ୍ୟାହତି ନେଇ ଦୀର୍ଘ ୪ ବର୍ଷ ହେଲା ନିଜ ଗାଁ ବାଲେଶ୍ବର ଜିଲ୍ଲା ବାହାନାଗା ବ୍ଲକ ଓଳିଆପାଟଣାରେ ରହୁଛନ୍ତି। ଏବେ ପରିଣତ ବୟସରେ ପରିବାର ପାଇଁ ସେ ଅଲୋଡ଼ା। ମଣିଭଦ୍ରଙ୍କ ଅଭିଯୋଗ ଅନୁସାରେ, ବଡ଼ପୁଅ ହୃଦାନନ୍ଦ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଛନ୍ତି। ଏପରିକି ତାଙ୍କର ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପଲଙ୍କ, ଟିଭି, ବହିପତ୍ର, ଲୁଗାଟ୍ରଙ୍କ ଏବଂ ରଖିବା ପାଇଁ ଦେଇଥିବା ସୁନାବୋତାମ ମାଗିବାରୁ ବଡ଼ପୁଅ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି। ଜୀବନ ବଞ୍ଚାଇବା ପାଇଁ ମଣିଭଦ୍ର ବର୍ତ୍ତମାନ ଅନ୍ୟତ୍ର ରହିବା ସହ ସୁରକ୍ଷା ଲୋଡ଼ିଛନ୍ତି। ଏ ନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ମଣିଭଦ୍ର ଆଜି ଖନ୍ତାପଡ଼ା ଥାନା ଅଧିକାରୀଙ୍କୁ ଭେଟି ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି। ମଣିଭଦ୍ରଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପୁଲିସ୍‌ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର