ନବୀନଙ୍କୁ ଭେଟିଲେ ନଜ୍‌ମା

ଭୁବନେଶ୍ବର : ମଣିପୁର ରାଜ୍ୟପାଳ ନଜ୍‌ମା ହେପ୍‌ତୁଲ୍ଲା ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଏଠାରେ ପହଞ୍ଚିଛନ୍ତି। ଆଜି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିମନ୍ତ୍ରଣ କ୍ରମେ ନବୀନ ନିବାସରେ ତାଙ୍କ ସହିତ ମଧ୍ୟାହ୍ନ ଭୋଜନରେ ଯୋଗ ଦେଇଥିଲେ। ଏ ନେଇ ସେ ବିଜୁବାବୁଙ୍କ ସ୍ମୃତିଚାରଣ କରି ନବୀନବାବୁ ତାଙ୍କର ଜଣେ ଭଲ ବନ୍ଧୁ ବୋଲି ସାମ୍ବାଦିକମାନଙ୍କୁ କହିଥିଲେ। ଭୁବ‌େନଶ୍ବରରେ ଅନୁଷ୍ଠିତ ହେବାକୁ ଥିବା ସମ୍ମିଳନୀରେ ରାଜ୍ୟପାଳ ହେପ୍‌ତୁଲ୍ଲା ଯୋଗଦେବା ପରେ ଝିଅ ସହିତ ଚିଲିକା ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର