ମନୀଷ ଅନୁରାଗ ମୃତ୍ୟୁ ମାମଲା: ସମସ୍ତ ସିସିଟିଭିକୁ ଯାଞ୍ଚ କରୁଛି ପୁଲିସ

ଭୁବନେଶ୍ବର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବା ପରେ ପୋଲିସ୍ ତନାଘନା ଚଳାଇଛି। ପାତ୍ରପଡ଼ାର ଯେଉଁ ପୋଖରୀରୁ ମନୀଷଙ୍କ ମୃତଦେହ ଉଦ୍ଧାର ହୋଇଥିଲା, ତା’ ଆଖପାଖରେ ଥିବା ସମସ୍ତ ସିସିଟିଭିକୁ ପୁଲିସ ଯାଞ୍ଚ କରୁଛି।

ଏହି ମାମଲାର ଗୁମର ଖୋଲୁଛି ପୁଲିସ। ହତ୍ୟା ମାମଲାରେ ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି। ମାମଲାର ତଦନ୍ତ ଯେତେ ଆଗଉଛି, ଗୁମର ସେତେ ଖୋଲିବାରେ ଲାଗିଛି। ଏବେ ସାମ୍ନାକୁ ଆସିଛି ସେହି କାଳ ରାତିର ସତ। ବାରରେ ବିଲ୍ କୁ ନେଇ ବିବାଦ ହୋଇଥିବା ଜଣାପଡ଼ିଛି।
ହୋଟେଲ୍ ବାରରେ ୩୫ ହଜାର ଟଙ୍କାର ବିଲ୍ ହୋଇଥିଲା। ଟଙ୍କା କିଏ ଦେବ ତାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏନେଇ ମନୀଷ ଓ ସାଙ୍ଗମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ସୂଚନା ମିଳିଛି। ଟଙ୍କା ନଦେବାରୁ ମନୀଷଙ୍କ ମୋବାଇଲ ବନ୍ଧକ ରଖିଥିଲେ ବାର କର୍ମଚାରୀ। ମନୀଷ ଘରୁ ଟଙ୍କା ମଗାଇ ବିଲ୍ ଦେଇଥିବା ସୂଚନା ମିଳିଛି। ମୋବାଇଲ ବନ୍ଧକ ରଖିବା ମନୀଷଙ୍କୁ ବାଧିଥିଲା। ଟଙ୍କା ଦେବା ପରେ ମନୀଷ ଏକା ଏକା ହୋଟେଲରୁ ବାହାରକୁ ଆସିଥିଲେ। ତେବେ ମନୀଷ ଅନୁରାଗଙ୍କ ମୃତ୍ୟୁ ମାମଲାର ଗୁମର ଆଜି ବା ଆସନ୍ତାକାଲି ସୁଦ୍ଧା ସାମ୍ନାକୁ ଆସିବ ବୋଲି ପୁଲିସ୍ ଡିସିପି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର