ଭୁବନେଶ୍ବର: ମନୀଷ ଅନୁରାଗ ହତ୍ୟାକାଣ୍ଡ ମାମଲାରେ ପୁଲିସ ତିନିଜଣଙ୍କୁ ଗିରଫ କରିଥିବାର ସୂଚନା ମିଳିଛି। ଗିରଫ ଅଭିଯୁକ୍ତମାନେ ହେଲେ ହୋଟେଲ ସାଉଥ ସିଟି ବାର ମାଲିକ ପ୍ରଦ୍ୟୁମ୍ନ ଜେନା, ବାର୍ ମ୍ୟାନେଜର ଓ କନେଷ୍ଟବଳ ପ୍ରସନ୍ନ ବେହେରା। କୋଭିଡ ଗାଇଡଲାଇନ ଉଲଙ୍ଘନ କରିବା, ବେଆଇନ ଭାବେ ବାର ଖୋଲିବା ଓ ଅପରାଧିକ ଷଡଯନ୍ତ୍ର କରିବା ଅଭିଯୋଗରେ ଏମାନଙ୍କୁ ଗିରଫ କରାଯାଇଛି। ଗିରଫ ତିନି ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।
ପ୍ରସନ୍ନ ବେହେରାଙ୍କ ନାମରେ ଦଫା ୧୨୦(ବି), ୨୬୯, ୨୭୦, ୫୨ ଅବକାରି ଆକ୍ଟ, ୩, ୫, ୯୬ରେ ତମାଣ୍ଡୋ ଥାନା ପୁଲିସ ମାମଲା ରୁଜୁ କରିଛି।
ଏଣେ କମିସନରେଟ ପୁଲିସ ଗତକାଲିଠାରୁ ଅନିର୍ଦ୍ଧିଷ୍ଟ ସମୟ ପାଇଁ କନେଷ୍ଟବଳ ପ୍ରସନ୍ନ ବେହେରାଙ୍କୁ ନିଲମ୍ବିତ କରିଛି। ଗତକାଲି ହୋଟେଲ ସାଉଥ ସିଟିରେ ପୁଲିସ ଚଢ଼ାଉ କରିଥିଲା। ଏହି ସମୟରେ ପୁଲିସ ବିପୁଳ ପରିମାଣର ମଦ ଜବତ କରିଥିଲା
ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ କହିଛନ୍ତି ସାଉଥସିଟି ହୋଟେଲରେ ବେଆଇନ ବାର ଚଲାଇବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ବାର ମାଲିକ ପ୍ରଦ୍ୟୁମ୍ନ ଜେନା, ପୁଲିସ କର୍ମଚାରୀ ପ୍ରସନ୍ନ ବେହେରା ଓ ବାର କର୍ମଚାରୀ ଶୋଭିକ ଜେନା। ବିନା ଲାଇସେନ୍ସରେ ବାର ଚଲାଉଥିବାରୁ ପ୍ରଦ୍ୟୁମ୍ନ ଜେନା ଓ ଶୋଭିକଙ୍କୁ ଗିରଫ କରାଯାଇଛି। ସେହିପରି ଡ୍ୟୁଟିରେ ରହି ପୋଲିସ ବିଭାଗର ସମ୍ମାନହାନୀ କରିଥିବାରୁ ପ୍ରସନ୍ନ ବେହେରା ଗିରଫ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/20067186af013f75f3205c4e1472342d.jpg)