ସମ୍ବଲପୁର : ଜଣାଶୁଣା ଶିକ୍ଷାବିତ ତଥା ଗଂଗାଧର ମେହେର କଲେଜର ପୂର୍ବତନ ଅଧ୍ୟକ୍ଷ ଡ. ମନୀଷ ଚକ୍ରବର୍ତ୍ତୀ(୮୬)ଙ୍କର ଭୁବନେଶ୍ୱରରେ ପରଲୋକ ହୋଇଯାଇଛି। ଚାକିରିରୁ ଅବସର ପରେ ଭୁବନେଶ୍ୱର ଖଣ୍ଡଗିରି ପାଖ ଧର୍ମବିହାରରେ ରହୁଥିବା ମନୀଷ ଶୁକ୍ରବାର ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ସ୍ଥାନୀୟ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରାତି ୭ଟା୪୫ରେ ପରଲୋକ ଘଟିଥିଲା। ସତ୍ୟନଗର ଶ୍ମଶାନରେ ତାଙ୍କ ଶେଷକୃତ୍ୟ କରାଯାଇଥିଲା। ଏକମାତ୍ର ପୁତ୍ର ଡାକ୍ତର ସୁଜୟ ଚକ୍ରବର୍ତ୍ତୀ ମୁଖାଗ୍ନୀ ଦେଇଥିଲେ। ମନୀଷଙ୍କ ପତ୍ନୀ ଉମା ଚକ୍ରବର୍ତ୍ତୀ ହେଉଛନ୍ତି ଜଣେ ଜଣାଶୁଣା ଆକାଶବାଣୀ କଳାକାର। ମନୀଷ ଖଲିକୋଟ କଲେଜର ଅଧ୍ୟକ୍ଷ, ଓଡ଼ିଶା ସରକାରଙ୍କ ଶିକ୍ଷା ନିର୍ଦେଶକ ଦାୟିତ୍ୱ ତୁଲାଇ ଥିଲେ। ଭୁବନେଶ୍ୱରସ୍ଥିତ ସର୍ଭିସ ସିଲେକ୍ସନ ବୋର୍ଡର ଅଧ୍ୟକ୍ଷ ଭାବେ ଅବସର ନେଇଥିଲେ। ଚାକିରିରୁ ଅବସର ଗ୍ରହଣ ପରେ ସେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଅବୈତନିକ ଭାବେ ଅଧ୍ୟାପନା କରୁଥିଲେ। ଏଥି ସହିତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଣ୍ଡିଆନ ଇନ୍ଷ୍ଟିଚ୍ୟୁଟ୍ ଫର୍ ଏଜୁକେସନ ଆଣ୍ଡ କଲ୍ଚରର ସଭାପତି ରହିଥିଲେ।
ମନୀଷ ଚକ୍ରବର୍ତ୍ତୀଙ୍କ ପରଲୋକ
/sambad/media/post_attachments/wp-content/uploads/2018/03/SBPHO17-Prof.-manish-chakraborty.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)