ମନୀଷା ବାନାର୍ଜୀ ବରଗଡ଼ର ନୂଆ ଜିଲ୍ଲାପାଳ

ବରଗଡ଼ : ବରଗଡ଼ର ନୂଆ ଜିଲ୍ଲାପାଳ ଭାବେ ମନୀଷା ବାନାର୍ଜୀ ନିଯୁକ୍ତି ପାଇଛନ୍ତି। ୨୦୧୩ ବ୍ୟାଚ୍‌ର ଏହି ମହିଳା ଆଇଏଏସ୍‌ ଅଫିସର୍‌ ସୋନପୁର ଜିଲ୍ଲାରେ ଜିଲ୍ଲାପାଳ ଭାବେ ଅବସ୍ଥାପିତ ଥିଲେ। ଏଠାକାରେ ଜିଲ୍ଲାପାଳ ଥିବା ଜ୍ୟୋତିରଂଜନ ପ୍ରଧାନ ଅନ୍ୟତ୍ର ଅବସ୍ଥାପିତ ହେବା ନିଶ୍ଚିତ। କିନ୍ତୁ ଶ୍ରୀ ପ୍ରଧାନଙ୍କ ବଦଳି ନିର୍ଦ୍ଦେଶ ପ୍ରକାଶ ପାଇନାହିଁ। ସମ୍ଭବତଃ ଓଏଏସ୍‌ ସ୍ତରରେ ଅଦଳବଦଳ ବେଳେ ତାଙ୍କ ନାମ ତାଲିକାରେ ସ୍ଥାନ ପାଇବ। ଅପରାଜିତା ‌ଷଡ଼ଂଗୀଙ୍କ ପରେ ବରଗଡ଼ ଜିଲ୍ଲା ପ୍ରଥମ ଥର ପାଇଁ ମନୀଷା ବାନାର୍ଜୀଙ୍କ ହିସାବରେ ଜଣେ ଆଇଏଏସ୍‌ଙ୍କୁ ଜିଲ୍ଲାପାଳ ଭାବେ ପାଇବ। ଏହା ପୂର୍ବରୁ ଜାମିନୀ ଷଡ଼ଂଗୀ ୨୦୧୮ ମସିହାରେ ମାସେ ଅବଧି କାଳ ଜଣେ ଆଇଏଏସ୍‌ କ୍ୟାଡର୍‌ ଜିଲ୍ଲାପାଳ ଭାବେ ବରଗଡ଼ରେ ଅବସ୍ଥାପିତ ଥିଲେ।

ସମ୍ବନ୍ଧିତ ଖବର