କଟକ : କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ପଡ଼ୋଶୀ ମନଜିତ ଦାସଙ୍କ ନାଆଁରେ ଏକ ମାମଲା ରୁଜ୍ଜୁ ହେବାପରେ ମନଜିତ ଦାସ କଟକର ପୁରୀଘାଟ ଥାନାରେ ହାଜର ହୋଇଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁସାରେ ସା˚ସଦ ଅନୁଭବ ମହାନ୍ତିଙ୍କ ପିଏସଓ ଗତକାଲି ପୁରୀଘାଟ ଥାନାରେ ଏତଲା ଦେବାପରେ ପୁଲିସ ପକ୍ଷରୁ ମନଜିତ ଦାସଙ୍କ ନାଆଁରେ ଏକ ମାମଲା ରୁଜ୍ଜୁ କରାଯାଇଛି।

Advertisment

Image result for purighat police station

ମନଜିତଙ୍କ ବିରୁଦ୍ଧରେ ଆଇପିସିର ଧାରା ୩୪୧, ୩୨୩, ୨୯୪, ୩୦୭ ,୩୭୯ ଏବଂ ୫୦୬ ଅନୁଯାୟୀ ମାମଲା ରୁଜ୍ଜୁ କରିଥିବା ଜଣାଯାଇଛି। ସୂଚନାଯୋଗ୍ୟ, କେନ୍ଦ୍ରାପଡା ସା˚ସଦ ଅନୁଭବ ମହାନ୍ତିଙ୍କ ପଡ଼ୋଶୀ ମନଜିତ ଦାସ ହେଉଛନ୍ତି ଜଣେ ଛାତ୍ର ନେତା।

ସୂଚନାଯୋଗ୍ୟ ଗତକାଲି ସନ୍ଧ୍ୟାରେ ମଦନଙ୍କୁ ଆକ୍ରମଣ ଘଟଣାରେ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା। ମଦନ କୁମାର ଆସ କରିଥିବା ଅଭିଯୋଗ ଅନୁଯାୟୀ ଫ୍ରେଣ୍ଡସ ୟୁନାଇଟେଡ କ୍ଲବ୍‌ ସାମନାରେ ସେ ଛିଡା ହୋଇଥିବା ସମୟରେ ମନଜିତ ଦାସ, ମାନସ ଦତ୍ତ, ଚନ୍ଦନ ବେହେରା, ଦୀପଙ୍କର ସେନ ସେଠାରେ ପହଞ୍ଚି ତାଙ୍କୁ ଗାଳିଗୁଲଜ କରି ଆକ୍ରମଣ କରିଥିଲେ। ତାଙ୍କର ସୁନା ଚେନ ଛିଡାଇ ନେଇଥିଲେ। ସେହି ସମୟରେ ସାଂସଦ ଅନୁଭବ ବାହାରକୁ ଆସିବାରୁ ମନଜିତ ତାଙ୍କୁ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲେ।