ଭୁବନେଶ୍ବର : ରାଜ୍ୟ କ˚ଗ୍ରେସର ସମ୍ପାଦିକା ଓ ମୁଖପାତ୍ର ମଞ୍ଜୁ ନାୟକ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କର ନେତୃତ୍ବକୁ ଆସ୍ଥା ପ୍ରକଟ କରି ବିଜେଡିରେ ସାମିଲ ହୋଇଛନ୍ତି। ଗତକାଲି ବିଜେଡିର ଯୁବନେତା ପ୍ରଣବ ପ୍ରକାଶ ଦାସ ଓ ନବୀନଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାସ ତଥା ନିଜର ସମର୍ଥକଙ୍କ ଉପସ୍ଥିତିରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଦଳକୁ ସ୍ବାଗତ କରିଥିଲେ।

Advertisment

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶ୍ରୀମତୀ ନାୟକ ଅତୀତରେ ବିଜୁ ପଟ୍ଟନାୟକଙ୍କ ସମେତ ବହୁ ପୁରୁଖା ନେତାଙ୍କ ସହିତ କାମ କରିଛନ୍ତି। ଜଣେ ସ˚ଗଠିକା, ଲେଖିକା ଓ ସ୍ତମ୍ଭକାର ଭାବେ ପରିଚିତ। ଶ୍ରୀମତୀ ନାୟକ ରାଉରକେଲା, ଭଦ୍ରକ ଓ ଭୁବନେଶ୍ବରରେ ସମାଜସେବା କ୍ଷେତ୍ରରେ ମଧ୍ୟ ଜଣାଶୁଣା। ରାଜନୀତି କ୍ଷେତ୍ରରେ ବିଜୁ ପଟ୍ଟନାୟକଙ୍କ ଆଦର୍ଶ ଅନୁଯାୟୀ ମଞ୍ଜୁ ନାୟକ ରାଉରକେଲା କ˚ଗ୍ରେସ ପାଇଁ ଦୀର୍ଘବର୍ଷ ଧରି କାର୍ଯ୍ୟରତ ଥିଲେ। ୬ବର୍ଷ ଧରି ରାଜ୍ୟ ସମାଜସେବା ବୋର୍ଡ ଭୁବନେଶ୍ବରରେ ସଦସ୍ୟ ଭାବେ ସୁନ୍ଦରଗଡ଼ ଜିଲ୍ଲା ପ୍ରତିନିଧିତ୍ବ କରିଥିଲେ। ତାଙ୍କର ନିଖିଳ ଉତ୍କଳ ମହିଳା ସ˚ଘ ନାମରେ ଏକ ନିଜସ୍ବ ମହିଳା ସ˚ଗଠନ ରାଉରକେଲାରେ ନାରୀ ନିର୍ଯାତନା ଓ ଅନ୍ୟାନ୍ୟ ବହୁ ସମାଜ ସ˚ସ୍କାର କାର୍ଯ୍ୟ କରି ଆସିଛି।

ଭଦ୍ରକ ଜିଲ୍ଲାର ଝିଅ ମଞ୍ଜୁ ନାୟକ ଭୁବନେଶ୍ବରଠାରେ ଏକ ପ୍ରେସ୍‌ ସ୍ଥାପନ କରି ପବ୍ଲିକେସନ୍‌ କାର୍ଯ୍ୟରେ କାର୍ଯ୍ୟରତ। ରାଜନୀତିରେ ଶିକ୍ଷିତ ଓ ନୀତିବାନ ମଣିଷ ଅଧିକରୁ ଅଧିକ ସାମିଲ ହେବା ଉଚିତ୍‌ ବୋଲି ତାଙ୍କର ମତ। ରାଜନୀତି‌େର ଅଧିକରୁ ଅଧିକ ଶିକ୍ଷିତା ମହିଳା ଆସନ୍ତୁ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି।