ପୁରୀ/କଣାସ : ପୁରୀ ଜିଲ୍ଲା କଣାସ ବ୍ଲକ୍ ସାହାସପୁର ସ୍ବାସ୍ଥ୍ୟ ଉପକେନ୍ଦ୍ରର ମହିଳା ସ୍ବାସ୍ଥ୍ୟକର୍ମୀ ମଞ୍ଜୁଲତା ମହାରଣା ଚଳିତବର୍ଷର ଜାତୀୟ ଫ୍ଲୋରେନ୍ସ ନାଇଟ୍ଏଙ୍ଗଲ୍ ସମ୍ମାନ ଗ୍ରହଣ କରିବେ। ରାଷ୍ଟ୍ରପତି ମଞ୍ଜୁଲତାଙ୍କୁ ନୂଆଦିଲ୍ଲୀରେ ଏହି ପୁରସ୍କାର ପ୍ରଦାନ କରିବେ। ଭାରତୀୟ ନର୍ସିଂ କାଉନ୍ସିଲ୍ର ଯୁଗ୍ମ ସଚିବ ବାର୍ତ୍ତା ଦେଇ ଏ ସମ୍ପର୍କରେ ଅବଗତ କରିଛନ୍ତି।
ଗତବର୍ଷ ବନ୍ୟା ସମୟରେ କଣାସ ଅଞ୍ଚଳ ଜଳମଗ୍ନ ଥିବା ସମୟରେ ପ୍ରସବ ବେଦନା ପାଉଥିବା ୪ ଗର୍ଭବତୀଙ୍କୁ ଉପକେନ୍ଦ୍ରରେ ପ୍ରସବ କରାଇଥିଲେ। ସେମାନଙ୍କ ଜୀବନ ବଞ୍ଚାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇ ଚର୍ଚ୍ଚାକୁ ଆସିଥିଲେ ମଞ୍ଜୁଲତା। ଏହାର ଫଳସ୍ବରୂପ ତାଙ୍କୁ ଜାତୀୟ ସ୍ତରର ସମ୍ମାନ ଦେବାନେଇ ଘୋଷଣା ହୋଇଛି। ସୂଚନା ଅନୁସାରେ, ମହାରଣାଙ୍କ ଝିଅ ମଞ୍ଜୁଲତା ଏ ପର୍ଯ୍ୟନ୍ତ ୧୦୪ଟି ପ୍ରସବ କରାଇଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୁଜାତା ମିଶ୍ର ତାଙ୍କୁ ସ୍ବତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧିତ କରି ତାଙ୍କର ସାହସିକତା ଓ ଦକ୍ଷତା ପାଇଁ ପ୍ରଶଂସା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/manjulata.jpg)