ଭୁବନେଶ୍ବର : ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ଉପସଭାପତି ନାଟ୍ୟକାର ମନ୍ମଥ କୁମାର ଶତପଥୀ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମି ସାଧାରଣ ପରିଷଦର ସଭ୍ୟ ଭାବେ ମନୋନୀତ ହୋଇଛନ୍ତି। ଶ୍ରୀ ଶତପଥୀ ୨୦୦୬ରୁ ୨୦୦୮, ୩ ବର୍ଷ ଧରି କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମିର ସଭ୍ୟ ଭାବେ ଅନେକ ବଳିଷ୍ଠ ପଦକ୍ଷେପ ନେଇଥିଲେ। ତାଙ୍କର ଉଦ୍ୟମ କ୍ରମେ ଓଡ଼ିଶାର ଅନେକ ଲୋକନାଟ୍ୟ ଶୈଳୀ ପୁନଃ ଜୀବନ୍ୟାସ ପାଇ ସର୍ବଭାରତୀୟ ସ୍ତରରେ ପ୍ରସିଦ୍ଧ ଲାଭ କରିଥିଲା। ସେଥିରୁ କେତେକ ହେଲା, ପ୍ରହ୍ଲାଦ ନାଟକ, କଣ୍ଢେଇ ନାଟ, ଲୋଙ୍କା ପୋଡ଼ି ଯାତ୍ରା ଓ ସଖୀ ନାଟ ଆଦି। ଶ୍ରୀଯୁକ୍ତ ଶତପଥୀଙ୍କ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମିରେ ପ୍ରତିନିଧିତ୍ବ କାଳରେ ଓଡ଼ିଶାର କଳା ଓ ସଂସ୍କୃତି ନୂତନ ରୂପ ଗ୍ରହଣ କରିବ ବୋଲି ସଂସ୍କୃତିପ୍ରେମୀମାନେ ଆଶାବାଦୀ ଅଛନ୍ତି।
ମନ୍ମଥ ଶତପଥୀ ହେଲେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମି ସାଧାରଣ ପରିଷଦର ସଭ୍ୟ
/sambad/media/post_attachments/wp-content/uploads/2022/08/sangeet-natak.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)