ପୁରୀ: ଓଡ଼ିଆ ସିନେମା ଜଗତର ଖ୍ୟାତନାମା ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କ ପାର୍ଥିବ ଶରୀର ଆଜି ପଞ୍ଚଭୂତରେ ଲୀନ ହୋଇଛି। ପୁରୀ ସ୍ୱର୍ଗଦ୍ୱାରଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା(ଗାର୍ଡ଼ ଅଫ୍ ଅର୍ନର) ସହ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି। ବଡପୁଅ ଆଶୁତୋଷ ମୁଖାଗ୍ନି ଦେଇଛନ୍ତି। ସ୍ବର୍ଗତ ମହାପାତ୍ରଙ୍କ ପରିବାର, ଆତ୍ମୀୟସ୍ବଜନମାନେ ସ୍ବର୍ଗଦ୍ବାରଠାରେ ତାଙ୍କର ଶେଷଦର୍ଶନ କରିଛନ୍ତି। ଗତକାଲି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୬୯ ବର୍ଷ ବୟସରେ ସ୍ବର୍ଗତ ମହାପାତ୍ର ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଓଡ଼ିଆ ସିନେମାକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବାରେ ସ୍ବର୍ଗତ ମହାପାତ୍ରଙ୍କର ବଳିଷ୍ଠ ଅବଦାନ ରହିଥିଲା। ଆଜି ପୂର୍ବାହ୍ଣରେ ସ୍ବର୍ଗତ ମହାପାତ୍ରଙ୍କ ମରଶରୀର ପୁରୀ ସ୍ବର୍ଗଦ୍ବାରଠାରେ ପହଞ୍ଚିବା ପରେ ଶୁଭେଚ୍ଛୁଙ୍କ ସୁଅ ଛୁଟିଥିଲା। ସମସ୍ତେ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପୂର୍ବାହ୍ଣ ପ୍ରାୟ ୧୧ଟା ୧୦ରେ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ ପରେ ତାଙ୍କ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା। ସ୍ବର୍ଗତ ମହାପାତ୍ରଙ୍କ ବିୟୋଗ ସମଗ୍ର ଚଳଚ୍ଚିତ୍ର ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଉପସ୍ଥିତ ସିନେ ଅଭିନେତା, ନିର୍ଦେଶକ, କଳାକାର କହିଛନ୍ତି।
ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମନମୋହନଙ୍କ ଶେଷକୃତ୍ୟ
/sambad/media/post_attachments/wp-content/uploads/2020/01/sf65hsf4h98sf7h8f9s7hs8f9hsfhsfhhhhhhhhhhhhhhhhhhh.jpg)