ବାବାମଣିଙ୍କ ପାଖରେ ପୂଜାର୍ଚ୍ଚନା କଲେ ମନମୋହନ

ଆରଡି : ବିଜେପି ରାଜ୍ୟ ସଭାପତି ଭାବେ ବରିଷ୍ଠନେତା ମନମୋହନ ସାମଲଙ୍କ ନାମ ଘୋଷଣା ହେବା ପରେ ସେ ଆରଡି ଆସି ଆଖଣ୍ଡଳମଣିଙ୍କ ପାଖରେ ପୂଜାର୍ଚ୍ଚନା କରି ଆଶିଷ ଲାଭ କରିଛନ୍ତି। ସାଧାରଣ ଲୋକଙ୍କ ପାଇଁ କାମ କରିବା ସହ ବିଜେପିକୁ ଓଡିଶାରେ କ୍ଷମତାରେ ବସାଇବା ପାଇଁ କାର୍ଯ୍ୟ କରିବି ବୋଲି କହିଥିଲେ। ଆରଡି ଆସିବା ବେଳେ ଚାନ୍ଦବାଲି ବ୍ଲକର ବିଭିନ୍ନ ପଞ୍ଚାୟତର କର୍ମୀ ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଥିଲେ। ବସଷ୍ଟାଣ୍ଡ ନିକଟରୁ ନିଜର ସମର୍ଥକଙ୍କ ସହ ଚାଲି ଚାଲି ଆରଡିରେ ପହଞ୍ଚି ବାବା ଆଖଣ୍ଡଳମଣିଙ୍କ ପାଖରେ ପୂଜାର୍ଚ୍ଚନା କରିଥିଲେ।

ସମ୍ବନ୍ଧିତ ଖବର