ବାଲେଶ୍ବର: ହଲମାର୍କିଂର ନୂତନ ନିୟମର ସବିଶେଷ ବିବରଣୀ ସମ୍ଵନ୍ଧରେ ଗ୍ରାହକମାନଙ୍କୁ ଗଣମାଧ୍ୟମ ଜରିଆରେ ପ୍ରଦାନ କରାଯାଇଛି। ବାଲେଶ୍ବରର ଅଗ୍ରଣୀ ଜୁଏଲର୍ସ ‘ମନହରଲାଲ ପାଲା ଜୁଏଲର୍ସ’ ପକ୍ଷରୁ ଏଭଳି ପରାମର୍ଶ ଦିଆଯାଇଛି। ଏହି ବ୍ୟବସାୟ ପ୍ରତିଷ୍ଠାନ ପକ୍ଷରୁ ସମ୍ପୂର୍ଣ୍ଣ ଭାବେ ବ୍ୟାଖ୍ୟା କରାଯାଇ ଗ୍ରାହକମାନଙ୍କୁ ଜଣାଇ ଦିଆଯାଉଛି ଯେ ସାଧାରଣ ଗ୍ରାହକ ଏବଂ ଜନସାଧାରଣଙ୍କୁ ସୁରକ୍ଷା ଦେବା ପାଇଁ ନୂତନ ନିୟମ ପ୍ରସ୍ତୁତ କରାଯାଇଛି, ଯାହାଦ୍ୱାରା ସେମାନେ ନିର୍ଦ୍ଦିଷ୍ଟ ଗୁଣାତ୍ମକ ଅଳଙ୍କାର ପାଇପାରିବେ। ହଲମାର୍କ କଣ ? ହଲମାର୍କ କେବଳ ଏକ ଶୁଦ୍ଧତା ପ୍ରାମାଣିକୀକରଣ ପ୍ରକ୍ରିୟା ଏବଂ ହଲମାର୍କ ୟୁନିକ୍‌ ଆଇଡିଣ୍ଟିଫିକେସନ୍‌ (ଏଚ୍‌ୟୁଆଇଡି) ହେଉଛି ଭାରତ ସରକାରଙ୍କ ବ୍ୟୁରୋ ଅଫ୍‌ ଇଣ୍ଡିଆନ୍‌ ଷ୍ଟାଣ୍ଡାର୍ଡ (ବିସ୍‌) ଅଧୀନରେ ଥିବା ପ୍ରତ୍ୟେକ ଅଳଙ୍କାରର ଡିଜିଟାଇଜେସନ୍।

Advertisment

ନୂତନ ନିୟମ ଅନୁଯାୟୀ ୨୦୨୧ ଜୁନ୍‌ ୧ ତାରିଖ ଠାରୁ କୌଣସି ଜୁଏଲର୍ସ ହଲମାର୍କିଂ ବିନା ସୁନା ଅଳଙ୍କାର ବିକ୍ରି କରିପାରିବେ ନାହିଁ। ୨୦୨୩ ଏପ୍ରିଲ ୧ ତାରିଖ ଠାରୁ ଅଳଙ୍କାର/ଉତ୍ପାଦକମାନଙ୍କ ଦ୍ଵାରା ବିକ୍ରି ହୋଇଥିବା ସମସ୍ତ ସୁନା ଅଳଙ୍କାରଗୁଡିକ ଏଚ୍‌ୟୁଆଇଡି ଫର୍ମାଟରେ ହଲମାର୍କିଂ ହେବ। ଯଥା ବିକ୍ରି ହୋଇଥିବା ପ୍ରତ୍ୟେକ ଅଳଙ୍କାର ଖଣ୍ଡରେ ସ୍ୱତନ୍ତ୍ର ପରିଚୟ ନମ୍ବର ସହିତ ହଲମାର୍କିଂ ରହିବା ଆବଶ୍ୟକ। ଗ୍ରାହକ ଏବଂ ସର୍ବସାଧାରଣଙ୍କ ପାଇଁ, ସେମାନେ ସେମାନଙ୍କର ବିଦ୍ୟମାନ ଅଳଙ୍କାର ବିଷୟରେ ଚିନ୍ତା କରିବା ଉଚିତ୍ ନୁହେଁ କି ଏହା ହଲମାର୍କ ଅଟେ କି ନାହିଁ।

ନୂତନ ନିୟମ କେବଳ ଜୁଏଲର୍ସ ଏବଂ ଉତ୍ପାଦନ ପାଇଁ ପ୍ରଯୁଜ୍ୟ। ଗ୍ରାହକଙ୍କ ଉପରେ କୋଣସି ପ୍ରଭାବ ନାହିଁ। ଗ୍ରାହକମାନେ ଏଚ୍‌ୟୁଆଇଡି ନମ୍ବର ରଖି ଅନଲାଇନରେ ସେମାନଙ୍କର ଅଳଙ୍କାର ବିଷୟରେ ଯାଞ୍ଚକରିପାରିବେ। ତେଣୁ ସେମାନଙ୍କୁ ସୁରକ୍ଷା ଦେବା ଏକ ପଦକ୍ଷେପ ବୋଲି ମନହରଲାଲ ପାଲା ଜୁଏଲର୍ସ ପ୍ରପାଇଟର ରାକେଶ ପାଲା ଜଣାଇଛନ୍ତି। ମନୋହର ପାଲା ଜୁଏଲର୍ସ ବାଲେଶ୍ଵର ଜିଲ୍ଲାର ସର୍ବପୁରାତନ ଜୁଏଲର୍ସ, ଯାହା ସଦାସର୍ବଦା ଗ୍ରାହକଙ୍କ ହିତ ସୁରକ୍ଷା ତଥା ଗୁଣବତ୍ତା ସମ୍ଵନ୍ଧରେ ଅବଗତ କରାଇବା ତଥା ନିଜ ଅଳଙ୍କାର ସଦାସର୍ବଦା ସୁଧତା ପାଇଁ ସତ ଚେଷ୍ଟିତ ଭରସାଯୋଗ୍ୟ ଜୁଏଲର୍ସ ଭାବେ ପରିଚିତ ବୋଲି ସେ କହିଛନ୍ତି।