ବିଶିଷ୍ଟ ସାରସ୍ବତ ସାଧକ ମନୋଜ ଦାସଙ୍କ ପରଲୋକ

ପୁଡୁଚେରୀ : ବିଶିଷ୍ଟ ସାରସ୍ବତ ସାଧକ ଓଡ଼ିଶା ସାହିତ୍ୟର ମଉଡ଼ମଣି ପଦ୍ମ ଭୂଷଣ ମନୋଜ ଦାସ ଆଉ ନାହାନ୍ତି । ପୁଡ଼ୁଚେରୀସ୍ଥିତ ଶ୍ରୀ ଅରବିନ୍ଦ ଆଶ୍ରମ ନର୍ସିଂ ହୋମରେ ୮୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିବା ଜଣାପଡ଼ିଛି । ସେ ଗତ କିଛି ବର୍ଷ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ । ତାଙ୍କ ପରଲୋକରେ କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତୀୟ ସାହିତ୍ୟ ଜଗତରେ ଏକ ଯୁଗର ଅନ୍ତ ଘଟିଛି ।

୧୯୩୪ ମସିହାରେ ବାଲେଶ୍ୱର ଜିଲ୍ଲାର ଶଙ୍ଖାରୀ ଗ୍ରାମରେ ଜନ୍ମଗ୍ରହଣ କରିଥିବା ମନୋଜ ଦାସ ଓଡ଼ିଶାର ଜନମାନସରେ କୌଣସି ପରିଚୟର ଅପେକ୍ଷା ରଖନ୍ତି ନାହିଁ। କେବଳ ତାଙ୍କର ନାମ ହିଁ ଯଥେଷ୍ଟ। ଦୀର୍ଘବର୍ଷ ଧରି ସେ ସାହିତ୍ୟ ସାଧନାରେ ବ୍ରତୀ ରହିବା ସହ ପୁଡୁଚେରୀସ୍ଥିତ ଶ୍ରୀଅରବିନ୍ଦ ଅନ୍ତର୍ଜାତୀୟ ବିଶ୍ବବିଦ୍ୟାଳୟରେ ବରିଷ୍ଠ ପ୍ରାଧ୍ୟାପକ ଭାବେ ଶିକ୍ଷାଦାନ କରୁଥିଲେ ।

ଦେଶର ବିଶିଷ୍ଟ ସାହିତ୍ୟିକ ତଥା ଶିକ୍ଷାବିଦ୍ମନୋଜ ଦାସ ନିଜର ସାଧନା ସିଦ୍ଧି ଲାଗି ବହୁ ପୁରସ୍କାର ସମ୍ମାନ ପ୍ରାପ୍ତ କରିଛନ୍ତି ପଦ୍ମଭୂଷଣ, ପଦ୍ମଶ୍ରୀ, ସରସ୍ୱତୀ ସମ୍ମାନ, କେନ୍ଦ୍ର ସାହିତ୍ୟ ଅକାଦମିର ଫେଲୋସିପ୍‌, ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ଭଳି ଭାରତୀୟ ସାହିତ୍ୟ କ୍ଷେତ୍ରର ବହୁ ଶୀର୍ଷ ସ୍ୱୀକୃତି ସେ ଗ୍ରହଣ କରିଥିଲେ   

 

ସମ୍ବନ୍ଧିତ ଖବର