ଭୁବନେଶ୍ବର : ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ସାହିତ୍ୟିକ ପ୍ରଫେସର ମେନାଜ ଦାସ ପାଇବେ ମାସିକ ସାହିତ୍ୟ ପତ୍ରିକା ‘କାଦମ୍ବିନୀ’ ତରଫରୁ ଆରମ୍ଭ କରାଯାଇଥିବା ପ୍ରଥମ ‘ନୀଳିମାରାଣୀ ସାହିତ୍ୟ ସମ୍ମାନ’। ଭାରତୀୟ ସାହିତ୍ୟକୁ ସାମଗ୍ରିକ ଅବଦାନ ତଥା ଜୀବନବ୍ୟାପୀ ସାରସ୍ବତ ସାଧନା ପାଇଁ ପ୍ରଫେସର ଦାସଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ସେ ଉଭୟ ଓଡ଼ିଆ ଏବଂ ଇଂରାଜି ଭାଷାରେ ଗଳ୍ପ, ଉପନ୍ୟାସ ତଥା ଶିଶୁ ସାହିତ୍ୟ ରଚନା କରି ସମଗ୍ର ବିଶ୍ବରେ ସୁନାମ ଅର୍ଜନ କରିଛନ୍ତି।
ଗତ ବର୍ଷ ‘କାଦମ୍ବିନୀ ସାହିତ୍ୟ ମେହାତ୍ସବ’ରେ ଏହି ଅନୁଷ୍ଠାନର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ପରଲୋକଗତା ଜନନୀ ନୀଳିମାରାଣୀଙ୍କ ନାମରେ ଏକ ଜାତୀୟ ସ୍ତରର ପୁରସ୍କାର ପ୍ରତିଷ୍ଠା ସମ୍ପର୍କରେ ଘୋଷଣା କରାଯାଇଥିଲା। ଏଥର ଆରମ୍ଭ କରାଯାଇଥିବା ଏହି ପୁରସ୍କାର ପାଇଁ ବିଚାରକ ମଣ୍ଡଳୀ ମନୋଜ ଦାସଙ୍କୁ ଚୟନ କରିଛନ୍ତି। ଆସନ୍ତା ଜାନୁଆରି ୬ ତାରିଖରେ କିଟ୍ ବିଶ୍ବବିଦ୍ୟାଳୟ ପରିସରରେ ଆୟୋଜିତ ‘କାଦମ୍ବିନୀ ସାହିତ୍ୟ ମେହାତ୍ସବ-୨୦୧୯’ରେ ପ୍ରଫେସର ଦାସଙ୍କୁ ପୁରସ୍କାର ସ୍ବରୂପ ମାନପତ୍ର ଏବଂ ସ୍ବର୍ଣ୍ଣପଦକ ସହିତ ପାଞ୍ଚ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ ବୋଲି ‘କାଦମ୍ବିନୀ’ର ସମ୍ପାଦିକା ଡକ୍ଟର ଇତି ସାମନ୍ତ ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/Manoj-Das-f.jpg)