ବ୍ରହ୍ମପୁର : ଆସିକା ବିଧାନସଭା କଂଗ୍ରେସ ପ୍ରାର୍ଥୀ ମନୋଜ ଜେନାଙ୍କୁ ଗୁଳି କରି ହତ୍ୟା ମାମଲାର ଅଭିଯୁକ୍ତଙ୍କୁ ପୁଲିସ ଚିହ୍ନଟ କରି ସାରିଛି। କିନ୍ତୁ ଏ ପର୍ଯ୍ୟନ୍ତ ସେମାନଙ୍କୁ ଗିରଫ କରିପାରି ନାହିଁ। ଏ ସଂକ୍ରାନ୍ତରେ ମୋଟ ୧୨ଜଣଙ୍କୁ ଅଟକ ରଖି ପୁଲିସ ଜେରା ଚଳାଇଥିବା ସୂଚନା ମିଳିଛି। ଅନ୍ୟପଟେ ଏହି ମାମଲାରେ ମୋଟ ୭ଜଣଙ୍କ ନାଁରେ ଏତଲା ହୋଇଥିବା ବେଳେ ପୁଲିସ ସେହି ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ୍ ଅଚଳ କରିବା ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇ ସାରିଛି। ଏହା ସହିତ ଅଭିଯୁକ୍ତମାନେ ଯେପରି ଓଡ଼ିଶା ଛାଡ଼ି ଅନ୍ୟ ରାଜ୍ୟକୁ ଯାଇ ନପାରିବେ ସେ ନେଇ ସମସ୍ତଙ୍କ ନାଁରେ ଲୁକ୍ଆଉଟ୍ ସର୍କୁଲାର୍ ଜାରି କରାଯାଇଛି। ଆସିକା ଓ ବ୍ରହ୍ମପୁର ପୁଲିସର ୩ଟି ଟିମ୍ ଏହି ମାମଲାର ତଦନ୍ତ କରୁଛନ୍ତି। ଘଟଣା ଦିନ ଗୋଳନ୍ଥରା ନିକଟରେ ଏକ ବାଇକ୍ ଦୁର୍ଘଟଣା ଘଟିଥିଲା। ପୁଲିସ ଘଟଣାସ୍ଥଳରୁ ଏକ ବାଇକ୍ ଓ ମାଉଜର୍ ଜବତ କରିଥିଲା। ଏହି ମାମଲାରେ ଆସିକାରେ ୭ଜଣ, ଭଞ୍ଜନଗରରେ ୩ଜଣ ଓ ଭୁବନେଶ୍ବରରେ ୨ଜଣଙ୍କୁ ଅଟକ ରଖି ଜେରା କରାଯାଉଥିବା ସୂଚନା ମିଳିଛି। ଅତିଶୀଘ୍ର ଏ ଦିଗରେ ପୁଲିସକୁ ସଫଳତା ମିଳିବ ବୋଲି ଏଏସ୍ପି ପ୍ରଭାତ ରାଉତରାୟ କହିଛନ୍ତି। ଆସିକା ଅଞ୍ଚଳର ଏକ ନିର୍ଦ୍ଦିଷ୍ଟ ଗ୍ୟାଙ୍ଗ ଏହି ହତ୍ୟାକାଣ୍ଡରେ ସାମିଲ ଥିବା ନେଇ ଜଣାପଡ଼ିଛି।
ମନୋଜ ଜେନା ହତ୍ୟା ମାମଲା : ୭ ଅଭିଯୁକ୍ତଙ୍କ ନାଁରେ ଲୁକ୍ଆଉଟ୍ ସର୍କୁଲାର୍ ଜାରି
/sambad/media/post_attachments/wp-content/uploads/2019/05/manoj-640x430-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)