ବ୍ରହ୍ମପୁର : ଆସିକା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ମନୋଜ ଜେନାଙ୍କୁ ଗୁଳି ଓ ହତ୍ୟା ମାମଲାରେ ଅଦ୍ୟାବଧି ପୁଲିସକୁ ଖାସ୍ ସଫଳତା ମିଳି ନାହିଁ। ମଦ ବ୍ୟବସାୟ ଓ ପୂର୍ବ ଶତ୍ରୁତାକୁ ନେଇ ଏହା ଘଟିଥିବା ପୁଲିସ କହୁଛି। ଅଭିଯୁକ୍ତମାନେ ଚିହ୍ନଟ ହୋଇ ସାରିଥିବା କହୁଛି। ପୁଲିସ ସେମାନଙ୍କୁ ଠାବ କରିବାରେ ସକ୍ଷମ ହୋଇ ନାହିଁ। ସନ୍ଦେହରେ ବିଭିନ୍ନ ଅପରାଧୀଙ୍କୁ ପୁଲିସ ଜେରା କରିଛି। ବ୍ରହ୍ମପୁର ଓ ଆସିକା ପୁଲିସ ମିଳିତ ଭାବେ ଏହି ଘଟଣାର ତଦନ୍ତ କରୁଛନ୍ତି। ହତ୍ୟା ପଛରେ ଆସିକାର ଏକ ନିର୍ଦ୍ଦିଷ୍ଟ ଗ୍ୟାଙ୍ଗ୍ର ହାତ ଥିବା ନେଇ ପୁଲିସ ସ୍ପଷ୍ଟ ସୂଚନା ପାଇଛି। ସେହି ଗ୍ୟାଙ୍ଗ୍ର ଲିଡର୍ ଓ ତାର ମୁଖ୍ୟ ସହଯୋଗୀ ଏବେ ଫେରାର୍ ଥିବା ପୁଲିସ କହିଛି। ସମ୍ପୃକ୍ତ ଗ୍ୟାଙ୍ଗ୍ର ଲିଡର୍ ଓ ମନୋଜଙ୍କ ମଧ୍ୟରେ ପୂର୍ବରୁ ତିକ୍ତତା ଲାଗି ରହିଥିଲା। ତାହାର ପ୍ରତିଶୋଧ ନେବା ପାଇଁ ମନୋଜକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ପୁଲିସ କହିଛି। ତଦନ୍ତକୁ ବାଟବଣା କରିବା ପାଇଁ ମନୋଜଙ୍କୁ ଆସିକା ବଦଳରେ ବ୍ରହ୍ମପୁରରେ ହତ୍ୟା ଷଡ଼ଯନ୍ତ୍ର ହୋଇଥିଲା ବୋଲି ପୁଲିସ କହିଛି। ହତ୍ୟାକାରୀ ବାଇକ୍ରେ ଆସି ମନୋଜଙ୍କୁ ହତ୍ୟା କରି ଆନ୍ଧ୍ର ପଟେ ଚମ୍ପଟ ମାରୁଥିବା ବେଳେ ରାସ୍ତାରେ ଦୁର୍ଘଟଣାର ଶିକାର ହେଲେ। ଏହାପରେ ସେମାନେ କୁଆଡ଼େ ଗଲେ କିଛି ସ୍ପଷ୍ଟ ଖବର ମିଳୁ ନାହିଁ। ରାଜ୍ୟ ବାହାରକୁ ସେମାନେ ଫେରାର୍ ହୋଇ ଯାଇଥିବା କୁହାଯାଉଛି। ତେଣୁ ବ୍ରହ୍ମପୁର ପୁଲିସ ଆସିକାରେ ଡେରା ପକାଇ ଫେରାର୍ ଅପରାଧୀଙ୍କ ସହଯୋଗୀଙ୍କ ଗତିବିଧି ଉପରେ ନଜର ରଖିବା ସହିତ ମୋବାଇଲ୍ ଫୋନ୍ ଟ୍ରାକ୍ କରୁଛି। ସେପଟେ ଘଟଣା ଦିନ ଯେଉଁମାନେ ମନୋଜଙ୍କ ଗଳାକାଟି ଗୁଳି କରିଥିଲେ ସେମାନଙ୍କ ସମ୍ପର୍କରେ ଏତଲାକାରୀ କିମ୍ବା ପ୍ରତ୍ୟକ୍ଷଦର୍ଶୀ କୌଣସି ସୂଚନା ଦେଇପାରି ନାହାନ୍ତି। ତେଣୁ ଆସିକାର ସେହି ଗ୍ୟାଙ୍ଗ୍ର ସଦସ୍ୟଙ୍କ ସହିତ ଅନ୍ୟ ଅଞ୍ଚଳର ଅପରାଧୀ ସାମିଲ ହୋଇ ଏହି ହତ୍ୟାକାଣ୍ଡ ଘଟାଇଥିବା ନେଇ ଅନୁମାନ କରାଯାଉଛି। ସମ୍ପୃକ୍ତ ଗ୍ୟାଙ୍ଗ୍ ସିଧାସଳଖ ଏହି ହତ୍ୟାକାଣ୍ଡରେ ନିଜକୁ ସାମିଲ ନକରି ଅନ୍ୟ ଅଞ୍ଚଳର ଅପରଧୀଙ୍କୁ ହତ୍ୟା ପାଇଁ ସୁପାରି ଦେଇଥିବା ନେଇ ମଧ୍ୟ ଅନୁମାନ କରାଯାଉଛି।
ମନୋଜ ଜେନା ହତ୍ୟା ମାମଲା : ତଦନ୍ତ ବାଟବଣା ଲାଗି ବ୍ରହ୍ମପୁରରେ ବ୍ଲୁ-ପ୍ରିଣ୍ଟ
/sambad/media/post_attachments/wp-content/uploads/2019/05/MANOJ-JENA-FILE-PHOTO-640x430-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)