କଂଗ୍ରେସ ସେବାଦଳ ସଭାପତି ପଦରୁ ଇସ୍ତଫା ଦେଲେ ମନୋଜ ଜେନା

ଭୁବନେଶ୍ବର : ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ମନୋଜ ଜେନା। ସେ ତାଙ୍କର ଇସ୍ତଫା ପତ୍ର ଅଖିଳ ଭାରତ କଂଗ୍ରେସ କମିଟି ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଛନ୍ତି। ଆଗାମୀ ଦିନରେ ଦଳର ଆବଶ୍ୟକତା ପଡ଼ିଲେ ଦଳ ବାହାରେ ରହି ଜଣେ ସମାଜସେବୀ ଭାବେ ସେ କାର୍ଯ୍ୟ କରିବେ ବୋଲି ନିଜ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି।

ଶ୍ରୀ ଜେନା କହିଛନ୍ତି, ପୂର୍ବତନ ଏଆଇସିସି ରାହୁଲ ଗାନ୍ଧୀଙ୍କ ସମୟରେ ସେ ୨୦୧୮ ସେପ୍ଟେମ୍ବର ୧୯ ତାରିଖରେ କଂଗ୍ରେସ ଦଳରେ ସାମିଲ ହୋଇଥିଲେ। ସେବେଠାରୁ ଆଜି ପର୍ଯ୍ୟନ୍ତ ସେବାଦଳର ଜଣେ ସଚ୍ଚା କର୍ମୀଭାବେ କଂଗ୍ରେସ ନେତୃତ୍ବଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରିଆସିଛନ୍ତି। ୧୮ ମାସ ଭିତରେ ସେ ସେବାଦଳକୁ ମଜବୁତ କରିବା ପାଇଁ ଯଥାସମ୍ଭବ ଉଦ୍ୟମ କରିଥିଲେ। ଜଣେ ପୂର୍ଣ୍ଣକାଳୀନ ସମାଜସେବୀ ଓ ମାନବାଧିକାର କର୍ମୀଭାବେ ଦଳରେ ରହି ବହୁ ସମସ୍ୟାର ସାମନା କରିବାକୁ ପଡ଼ିଲା। ଯାହାକୁ ଶବ୍ଦରେ ବର୍ଣ୍ଣନା କରିହେବ ନାହିଁ। ଯେଉଁଥି ପାଇଁ ସେ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଲେ। ଭବିଷ୍ୟତରେ କଂଗ୍ରେସ ଦଳ ଆହୁରି ବିକାଶ କରୁ ଏବଂ ଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଅବସରରେ ଗୋଟିଏ ସେବାଦଳ ଭାବେ କଂଗ୍ରେସ ଲୋକଙ୍କ ସେବା କରୁ ବୋଲି ସେ ସ୍ବପ୍ନ ଦେଖିଥିବା ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର