ଭୁବନେଶ୍ୱର : ମନ୍ତ୍ରିମଣ୍ଡଳର ମୋଟାମୋଟି ତାଲିକା ପ୍ରସ୍ତୁତ ହୋଇଗଲାଣି। ପାଖାପାଖି ୩୦ଜଣଙ୍କ ନାମ ବଛାଯାଇଛି। ଆଠ ଜଣଙ୍କୁ ଛାଡିଦେଲେ ଏହି ତାଲିକାରେ ଅନେକ ନୂଆ ମୁହଁ ଦେଖାଯାଉଛି। ପୁରୁଣା ମନ୍ତ୍ରିମଣ୍ଡଳର ବହୁ କମ୍ ନେତାଙ୍କ ନାମ ସ୍ଥାନ ପାଇଛି। ପୂରା ନବକଳେବର ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମ ଥର ସରକାର ଗଠନ କରିବା ଲାଗି ଯୋଜନା କରିଛନ୍ତି। ଏସବୁ ନେତାମାନଙ୍କ ସଂପର୍କରେ ଗୁଇନ୍ଦା ତଥ୍ୟ ସଂଗ୍ରହ ଆରମ୍ଭ େହାଇଛି। ନିର୍ଦିଷ୍ଟ କିଛି ଅପରାଧରେ ସାମିଲ ଅଛନ୍ତି କି ନାହିଁ, ସେ ସଂକ୍ରାନ୍ତ ରିେପାର୍ଟ ସଂଗ୍ରହ ଚାଲିଛି। ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ତାଲିକାକୁ ଚୂଡାନ୍ତ ସ୍ପର୍ଶ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେବଳ ସେତିକି ନୁେହଁ, ପୂରା ୨୧ଟି ଆସନ ପୂରଣ କରାଯିବ ନା ଗୋଟିଏ ଦୁଇଟି ଖାଲି ରହିବ, ତାହା ମଧ୍ୟ ଆସନ୍ତାକାଲି ନିର୍ଣ୍ଣୟ ହେବ।
ତେବେ ମନ୍ତ୍ରୀ ପଦ ପାଇଁ ଆଶାୟୀ ଥିବା େନତାମାେନ ଡାକରା ପାଇ ନୁହେଁ, ଉପରେ ପଡି ନିଜ ପଟୁ ଯାଇଥିଲେ ନବୀନ ନିବାସ। ନବୀନଙ୍କୁ ମୁହଁ େଦଖାଇ େଫରିଛନ୍ତି େଯମିତି ତାଙ୍କ କଥା ବିଚାର କରାଯାଏ।
ଅତି ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଓଡ଼ିଶାବାସୀଙ୍କୁ ଏକ ସ୍ୱଚ୍ଛ ଓ ଦକ୍ଷ ମନ୍ତ୍ରିମଣ୍ଡଳ ଦେବା ତାଙ୍କ ଦାୟିତ୍ୱ। ଏଥିରେ କୌଣସି ସାଲିସ କରାଯିବ ନାହିଁ େବାଲି ନବୀନ ଜଣାଇଛନ୍ତି। ଏହି କ୍ରମରେ ମନ୍ତ୍ରିମଣ୍ଡଳ ତାଲିକା ତିନିଟି ମାପକାଠିରେ ପ୍ରସ୍ତୁତ ଚାଲିଛି। ଦାଗ ନଥିବ, ପ୍ରଭାବୀ ଭାବେ କାମ କରିବା ଲାଗି ବିଧାୟକଙ୍କ ସାମର୍ଥ୍ୟ ଥିବ ଓ ତୃତୀୟଟି ହେଲା, ନିର୍ବାଚନ ମଇଦାନରେ ସଂପୃକ୍ତ ବିଧାୟକ କିଭଳି ଦାୟିତ୍ବ ନିର୍ବାହ କରିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ େଲାକସଭା ପ୍ରାର୍ଥୀ ଚୟନ ବେଳେ ୩୩ ପ୍ରତିଶତ ଆସନ ମହିଳାଙ୍କ ଲାଗି ସଂରକ୍ଷଣ ପାଇଁ ନିଷ୍ପତ୍ତି େନଇଥିଲେ। ଏଣୁ ମନ୍ତ୍ରିମଣ୍ଡଳରେ ସେ ନୂଆ ହୁଅନ୍ତୁ କି ପୁରୁଣା, ଅଧିକ ମହିଳାଙ୍କୁ ସାମିଲ କରାଯିବାର ସମ୍ଭାବନା ରହିଛି। ପ୍ରସ୍ତୁତ କରାଯାଇଥିବା ତାଲିକାରେ ଅବିଭକ୍ତ େକାରାପୁଟ ଜିଲ୍ଲା ଠାରୁ ଆରମ୍ଭ କରି ଗଞ୍ଜାମ, ବଲାଙ୍ଗୀର, େଢଙ୍କାନାଳ, ବରଗଡ ଜିଲ୍ଲାର ମହିଳା େନତ୍ରୀଙ୍କ ନାମ ରହିଛି। ଏମାନଙ୍କ ମଧ୍ୟରୁ ନବାଗତଙ୍କ ସମେତ ତିନିରୁ ଚାରିଜଣ ମହିଳା ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇପାରନ୍ତି।
ଏପଟେ ସାଂଗଠନିକ ଦକ୍ଷତା ଓ ଗତ ନିର୍ବାଚନ ସମୟରେ ପ୍ରଦର୍ଶନ ନେଇ ପୁରସ୍କାରର ମଧ୍ୟ ଭୂମିକା ରହିବ। ମୁଖ୍ୟମନ୍ତ୍ରୀ ବିଧାୟକମାନଙ୍କୁ େଭଟିବା ବେଳେ େଲାକସଭା େକ୍ଷତ୍ର ପ୍ରତି ତାଙ୍କର ଅବଦାନ ସଂପର୍କରେ ପ୍ରଶ୍ନ କରି ଏ ସଂପର୍କରେ ଠାରି ସାରିଛନ୍ତି। େଲାକସଭା ନିର୍ବାଚନ େକ୍ଷତ୍ରରେ ଦଳର ପ୍ରଦର୍ଶନ ତାଙ୍କୁ ଯଥେଷ୍ଟ ବ୍ୟଥିତ କରିଛି। ବିଜେଡି ଭଲ ପ୍ରଦର୍ଶନ କରିଥିବା ଅଞ୍ଚଳରେ ବିଜେପି ସାଂସଦ ଜିତିବା କଥାକୁ ସେ ଗ୍ରହଣ କରିପାରିନାହାନ୍ତି। ଭୁବନେଶ୍ବର େଲାକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ ଲିଖିତ ଭାବେ ଦଳର ଅନ୍ତର୍ଘାତୀ କାର୍ଯ୍ୟ ସଂପର୍କରେ ନବୀନଙ୍କୁ ପ୍ରମାଣ ଦେଇଛନ୍ତି। ପୁରୀରେ ମହେଶ୍ବର ମହାନ୍ତି ଅନୁରୂପ ଅଭିେଯାଗ ଆଣିଛନ୍ତି। ସେଠାରେ ଜିତିଥିବା ବିଜେପି ପ୍ରାର୍ଥୀ ଜୟନ୍ତ ଷଡଙ୍ଗୀ ମଧ୍ୟ ଗଣମାଧ୍ୟମକୁ ସାକ୍ଷାତକାର େଦଇ ସ୍ବୀକାର କରିଛନ୍ତି େଯ ତାଙ୍କର ଜିତିବାରେ ବିଜେଡି କର୍ମୀଙ୍କର ହାତ ରହିଛି। ଏଣୁ ପୁରୀ ଓ ଭୁବନେଶ୍ବର ଜିଲ୍ଲା ଦାୟିତ୍ବରେ ଥିବା େନତାଙ୍କ ସଂପର୍କରେ ଏବେ ତନାଘନା ଚାଲିଛି।
ଟିକେଟ୍ ଚୟନ େକ୍ଷତ୍ରରେ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କର ଏକ ବଡ଼ ଭୂମିକା ଥିଲା। ଆୟୁବ ଖାଁ, େଯାଗେନ୍ଦ୍ର ବେହେରା ପ୍ରମୁଖ ପ୍ରାର୍ଥୀ ଚୟନ ନେଇ ଆପତ୍ତି ଉଠାଇଲେଣି। ସୁନ୍ଦରଗଡ, ମୟୂରଭଂଜ, ବାଲେଶ୍ବର, କଳାହାଣ୍ଡି, ବଲାଙ୍ଗୀର, ଗଜପତି ଆଜି ଜିଲ୍ଲାରେ ଦଳର ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଛି। ଏଭଳିସ୍ଥଳେ ଦାୟିତ୍ବରେ େନତାଙ୍କ ସଂପର୍କରେ ନବୀନ କି ଆଭିମୁଖ୍ୟ ଗ୍ରହଣ କରିବେ, ତାହା ଆସନ୍ତାକାଲି େଶଷ ମୁହୂର୍ତରେ ନିର୍ଣ୍ଣୟ େହବ। ନବୀନ କଠୋର ହେଲେ ମନ୍ତ୍ରିମଣ୍ଡଳ ପାଇଁ ଦାବିଦାର ଥିବା ୮ଜଣ ଟାଣୁଆ େନତାଙ୍କ ପ୍ରତି ବିପଦ ସମ୍ଭାବନାକୁ ଏଡାଇ ଦେଇ ହେବନାହିଁ।
ବରିଷ୍ଠ େନତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବ କି ନାହିଁ, ଆସନ୍ତାକାଲି ମଧ୍ୟାହ୍ନରେ ନବୀନ ନିଜେ ନିଷ୍ପତ୍ତି େନବେ। ଏହାବାଦ େଯଉଁମାନେ ଭଲ ପ୍ରଦର୍ଶନ କରିଛନ୍ତି, େସମାନଙ୍କୁ ମନ୍ତ୍ରିମଣ୍ଡଳରେ ଭଲ ସ୍ଥାନ ମିଳିବ। ଅବଶ୍ୟ ଦାଗ ନଥିବା ଚେହେରାକୁ ଗୁରୁତ୍ବ ଦିଆଯାଉଥିବା କାରଣରୁ ଉପକୂଳ ଓଡ଼ିଶାର ୪ ଜଣ େନତା ଭଲ କାମ କରିଥିଲେ ବି ତାଙ୍କ ପାଇଁ ବିପଦ ସୃଷ୍ଟି େହାଇଛି। ତାଙ୍କ ନାମ ତାଲିକାରେ ସ୍ଥାନ ପାଇନାହିଁ। ବିଧାୟକ ପ୍ରଣବ ପ୍ରକାଶ ଦାସ ମନ୍ତ୍ରୀ ପାଇଁ ନୁହେଁ, ସଂଗଠନ ପାଇଁ କାମ କରିବେ େବାଲି ନବୀନଙ୍କୁ େଭଟି ଜଣାଇଛନ୍ତି।
ସେହିପରି ବାଚସ୍ପତି ଭଳି ଗୁରୁତ୍ବପୂର୍ଣ୍ଣ ପଦବି ପାଇଁ ମଧ୍ୟ େଜାରଦାର କସରତ ଚାଲିଛି। କାରଣ, ଗତଥର ଅପେକ୍ଷା ଏଥର ବିଧାନସଭାରେ ବିରୋଧୀଙ୍କ ସଂଖ୍ୟା ଅଧିକ। ବିଜେପି ଅଧିକ ଆକ୍ରମଣାତ୍ମକ ଢଙ୍ଗରେ ଗୃହରେ ନିଜର ମତ ରଖିବାକୁ ଚେଷ୍ଟା କରିବ। ସମାନ୍ତରାଳ ଭାବେ ବିେରାଧୀ ଦଳ ନେତା ନରସିଂହ ମିଶ୍ର ଏଥର ବି ଜିତିଥିବାରୁ କଂଗ୍ରେସ ପ୍ରଦର୍ଶନ ବେଶ ଭଲ ତଥା ପ୍ରଭାବୀ ରହିବ। ଏଣୁ ଜଣେ ଦକ୍ଷ ତଥା ଅଭିଜ୍ଞଙ୍କୁ ଏହି ପଦରେ ବସାଇବା ଲାଗି ଚିନ୍ତା ଚାଲିଛି। ଚାରିଟି ନାମ ଉପରେ କସରତ ଚାଲିଛି। ଏ ମଧ୍ୟରୁ ଜଣକୁ ବାଚସ୍ପତି ଓ ଅନ୍ୟ ଜଣେ ଉପବାଚସ୍ପତି ହେବେ। ଜଣେ ବରିଷ୍ଠ େନତାଙ୍କୁ ସରକାରୀ ଦଳର ମୁଖ୍ୟ ସଚେତକ କରାଯିବ। ଦୁଇଥରିଆ ଜଣେ ବିଧାୟକ ଉପ ମୁଖ୍ୟ ସଚେତକ େହାଇପାରନ୍ତି। ତିନିଟି ନାମକୁ ଏଥିପାଇଁ ତାଲିକା ଭୁକ୍ତ କରାଯାଇଛି।
ଆସନ୍ତାକାଲି ଅପରାହ୍ନ ପରେ େଯ କୌଣସି ମୁହୂର୍ତରେ ମନ୍ତ୍ରିମଣ୍ଡଳରେ ସାମିଲ େହଉଥିବା େନତାଙ୍କୁ ନବୀନ ନିଜେ େଫାନ କରି ଜଣାଇବେ େବାଲି ସୂଚନା ମିଳିଛି।
ଏପଟେ ମନ୍ତ୍ରିମଣ୍ଡଳର ରୂପରେଖ କଣ େହଉଛି, େସମାନେ ସାମିଲ େହଉଛନ୍ତି ନା ନାହିଁ, େସ େନଇ ନେତାଙ୍କ ଭିତରେ କମ୍ପନ ସୃଷ୍ଟି ହେଲାଣି। ମନ୍ତ୍ରିମଣ୍ଡଳ ତାଲିକାର ରୂପରେଖ ସଂପର୍କରେ ପରସ୍ପର ପରସ୍ପରକୁ ପଚାରୁଛନ୍ତି। ବିଭିନ୍ନ ଛକ ବଜାରରେ ମନ୍ତ୍ରିମଣ୍ଡଳ ତାଲିକା ତିଆରି ଚାଲିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/od-final-bb.jpg)