ଖଣ୍ଡପଡ଼ା: ଖଣ୍ଡପଡ଼ା ବ୍ଲକ୍ର ଅନେକ ପଞ୍ଚାୟତ ପାଇଁ ଦିଆଯାଇଥିବା ‘ଆବର୍ଜନାବୁହା ଗାଡ଼ି’ ବ୍ୟବହାର ନହୋଇ ଖତ ହେଉଛି। କେବଳ ଏହାନୁହେଁ ଯେଉଁ କିଛି ସ୍ଥାନରେ ବ୍ୟବହାର ହେଉଥିଲା ସେଠାରେ ଗାଡ଼ିଗୁଡ଼ିକ ଗାଁଗହଳିକୁ ଗଲେ ଆଉ କାର୍ଯ୍ୟାଳୟକୁ ଫେରୁନାହିଁ। ଗୁଣ୍ଠୁଣି ପଞ୍ଚାୟତର ଆବର୍ଜନାବୁହା ଗାଡ଼ିଗୁଡ଼ିକର ଅବସ୍ଥାକୁ ଦେଖି ଏହି ଯୋଜନାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଗୁଣ୍ଠୁଣି ପଞ୍ଚାୟତରେ ମାତ୍ର କିଛି ମାସ ପୂର୍ବେ ବ୍ୟାଟେରି ଚାଳିତ ଆବର୍ଜନାବୁହା ଗାଡ଼ି କିଣାଯାଇଥିଲା। କିନ୍ତୁ ସମ୍ପ୍ରତି ଏହିଗୁଡ଼ିକ ପଞ୍ଚାୟତର ପରିସରରେ ପଡ଼ି ଖତ ହେଉଛି। ଏହାର ଫଟୋ ଓ ଭିଡ଼ଓ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଖବର ନେବାରୁ ଜଣାଯାଇଛି, ପଶ୍ଚିମବଙ୍ଗର ରିୟା ଏଣ୍ଟରପ୍ରାଇଜେସରୁ ଏହି ଗାଡ଼ିଗୁଡ଼ିକ କିଣା ଯାଇଥିଲା। ପ୍ରତି ଗାଡ଼ି ପିଛା ପ୍ରାୟ ଅଢ଼େଇ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିଲା। ଏଥିପାଇଁ ପଞ୍ଚାୟତରୁ ୩୦ ଓ ବ୍ଲକ ପ୍ରଶାସନ ୭୦ ପ୍ରତିଶତ ଟଙ୍କା ଭରଣା କରିଥିଲା। ତେବେ ରିୟା ଏଣ୍ଟରପ୍ରାଇଜେସ୍ ସହିତ ସିଧାସଳଖ ଯୋଗାଯୋଗ କରିବାରେ ସମ୍ପୃକ୍ତ ସଂସ୍ଥାର ବାଣିଜ୍ୟିକ ବିଭାଗ ପକ୍ଷରୁ ଅଳିଆ ଉଠା ଗାଡ଼ିଗୁଡ଼ିକର ଦାମ ୯୫ ହଜାରରୁ ଏକ ଲକ୍ଷ ବୋଲି ସୂଚନା ମିଳିଥିଲା। ମାତ୍ର ନୟାଗଡ଼ ଜିଲ୍ଲାରେ ଜେମ୍ ପୋର୍ଟାଲ ମାଧ୍ୟମରେ ଏହା କିଣାଯାଇଛି। ପୋର୍ଟାଲ୍ ମାଧ୍ୟମରେ କିଣି ଗାଡ଼ିଗୁଡ଼ିକ ରଣପୁର ଅଞ୍ଚଳର ଜୈନେକ ଠିକାଦାର ବିଭିନ୍ନ ବ୍ଲକ୍ ଅଞ୍ଚଳକୁ ଯୋଗାଇଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/21/fhsfhsfhxvb-2025-10-21-02-05-09.jpg)