ରମାଦେବୀ ମହିଳା ମହାବିଦ୍ୟାଳୟରେ ଏକାଧିକ ଦାବି ନେଇ ତେଜିଲା ଛାତ୍ରୀ ଆନ୍ଦୋଳନ

ଭୁବନେଶ୍ବର: ରାଜ୍ୟର ଅନ୍ୟତମ ପୁରାତନ କଲେଜ ରମାଦେବୀ ମହିଳା ମହାବିଦ୍ୟାଳୟରେ ବିଭିନ୍ନ ଦାବି ନେଇ ଛାତ୍ରୀ ଆନ୍ଦୋଳନ ତୀବ୍ର ହୋଇଛି। ଛାତ୍ରୀମାନେ ଦାବି କରିଛନ୍ତି ଯେ, ଶିକ୍ଷା ବର୍ଷ ୨୦୨୧-୨୨‌ ରେ ସଠିକ୍ ଭାବରେ ପାଠ ପଢା ହୋଇ ନାହିଁ। ତେଣୁ ଅନଲାଇନ୍ ପରୀକ୍ଷା ହେଉ ନଚେତ୍ ପରୀକ୍ଷା ବାତିଲ କରାଯାଉ। ମହାବିଦ୍ୟାଳୟରେ ଖାଲି ପଡ଼ିଥିବା ଅଧ୍ୟାପକ ଓ ଅଧ୍ୟାପିକା ପଦବି ଶୀଘ୍ର ପୂରଣ କରାଯାଉ। ସେହିପରି ଚାହିଦା ଥିବା ବିଭାଗରେ ସିଟ୍‌ ସଂଖ୍ୟା ବୃଦ୍ଧି  କରାଯାଉ ବୋଲି ଛାତ୍ରୀମାନେ ଦାବି କରିଛନ୍ତି।

ଛାତ୍ରୀମାନେ ଦାବି କରିଛନ୍ତି ଯେ, ରମାଦେବୀ ମହାବିଦ୍ୟାଳୟ ଦ୍ଵିତୀୟ କ୍ୟାମ୍ପସ ବାବଦରେ ତୁରନ୍ତ ନିଷ୍ପତି ହେଉ। ଫୁଟ ଓଭର୍ ବ୍ରିଜ ନେଇ ସ୍ମାର୍ଟ ସିଟିକୁ କର୍ତ୍ତୃପକ୍ଷ ଶୀଘ୍ର ଚିଠି ଲେଖାନ୍ତୁ। ସେହିପରି ଖେଳ ପଡିଆ ପାଇଁ ତୁରନ୍ତ ଜାଗା ଦିଅନ୍ତୁ, ନଚେତ୍ ୟୁନିଟ ୯ ବାଳିକା ଉଚ୍ଚ ବିଦ୍ୟାଳୟ ସ୍ଥାନାନ୍ତର ହେଉ। ମା’ ରମାଦେବୀଙ୍କ ସଂଗ୍ରହାଳୟ ରାସ୍ତା ପର୍ଶ୍ୱକୁ ସ୍ଥାନାନ୍ତର ହେଉ। ଆବଶ୍ୟକ ହେଲେ ସଂସ୍କୃତି ବିଭାଗକୁ ଚିଠି ଲେଖା ହେଉ। ଅପରିଷ୍କାର ଥିବା ଶୌଚାଳୟ ସଫା ହେଉ,  ଭାଙ୍ଗିଯାଇଥିବା ଦ୍ବାର ମରାମତି ହେଉ ଏବଂ ଅଧିକ ସଂଖ୍ୟକ ଛାତ୍ରୀଙ୍କ ପାଇଁ ବ୍ୟବସ୍ଥା ହେଉ ବୋଲି ଛାତ୍ରୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର