ଜୟପୁର: ଅବିଭକ୍ତ କୋରାପୁଟ ଜିଲ୍ଲାକୁ ଜୟପୁରସହରରୁ କୋଣଅନୁକୋଣକୁ ଚାଳୁଛି ଘରୋଇ ଓ ଓଡିଶା ରାଜ୍ୟ ପରିବହନ ନିଗମର ବସ। ଶତାଧିକ ବସ ଚାଳୁଥିବା ବେଳେ ଏଥିରେ ୧୫ବର୍ଷରୁ ଅଧିକା ଚାଳିଥିବା ବହୁ ଘରୋଇ ବସ ରହିଛି। ଏପରିକି ଏହି ବସଗୁଡିକର ଫିଟନେସ୍ ସରିବା ପରେ ବି ଜାଲ୍ ଫିଟନେସ୍ଓ ପରମିଟରେ ବହୁ ବସ ଚଳାଚଳ କରୁଥିବା କହିଛନ୍ତି କିଛି ବସ ମାଲିକ। ଏଭଳିକି ଅନ୍ୟ ରାଜ୍ୟରେ ଯେଉଁ ସବୁ ବସର ଫିଟନେସ୍ ସରି ଖତ ଖାଉଛି ସେଭଳି ବସକୁ ବି ଏଠାକାର କିଛି ବସ ମାଲିକ କମ୍ ଦରରେ କିଣି ଆଣି ଚଳାଉଥିବା ବି କହିଛନ୍ତି ବସମାଲିକ। ପ୍ରଦୂଷଣ ଓ ଦୁର୍ଘଟଣା ରୋକିବା ପାଇଁ ସରକାର ଆଣିଛନ୍ତି ସ୍କ୍ରାପିଂ ପଲିସି । ଯେଉଁଥିରେ ୧୫ ବର୍ଷରୁ ଅଧିକ ସମୟ ଧରି ପଞ୍ଜିକୃତ ହୋଇଥିବା ଗାଡ଼ିକୁ ସ୍କ୍ରାପିଂ କରାଯିବ ବୋଲି ବିଧାନସଭାରେ ଲିଖିତ ଉତ୍ତର ରଖି ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଥିଲେ। ଏହା ଏହି ମାର୍ଚ୍ଚ ମାସରୁ କଡ଼ା କଡ଼ି କରାଯିବ ବୋଲି ନିର୍ଦ୍ଦେଶନାମା ଜାରୀ କରିଥିଲେ ହେଁ ତାହା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ପାରିନି।
ଗତ ଦୁଇଦିନ ତଳେ ଦିଗପହଣ୍ଡି ଠାରେ କନ୍ୟାଯାତ୍ରୀଙ୍କୁ ନେଇ ଯାଉଥିବା ୧୫ବର୍ଷ ତଳର ମିନିବସକୁ ସରକାରୀ ବସ ଧକ୍କା ଦେଇଥିଲା। ଏହା ପରେ ବି ଆଂଚଳିକ ପରିବହନ ବିଭାଗ ସଜାଗ ହେବା କଥା। କିନ୍ତୁ ବିଭାଗ ନିଦାବିଷ୍ଣୁ ସାଜିଛି। ବିଭାଗର ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖ ଦେଇ ଏବଂ ଭ୍ରାମ୍ୟମାଣ ଆଂଚଳିକ ପରିବହନ ବିଭାଗର ଗାଡ଼ି ସମ୍ମୁଖରେ ବି ଏହି ସବୁ ବସ ଚଳାଚଳ କରୁଥିଲେ ମଧ୍ୟ ଆଂଚଳିକ ପରିବହନ ବିଭାଗ ପକ୍ଷରୁ ଦିନକ ବିଘରୋଇ ବସ ଗୁଡିକର ଫିଟନେସ୍ , ପରମିଟ୍, ଟ୍ୟାକ୍ସ କିମ୍ବ ପଲ୍ୟୁସନ୍ ଯାଂଚ କରାଯାଉ ନାହିଁ କାହିଁକି ବୋଲି ଉକ୍ତ ବସ ମାଲିକ ଜଣକ ଅଭିଯୋଗ କରିଛନ୍ତି। ଜୟପୁର ସହର ଦେଇ ଯାଆସ କରୁଥିବା ବହୁ ବସର ଏଭଳି ଅବସ୍ଥା। ଗୋଟିଏ ପୁରୁଣା ବସର ଫିଟନେସରେ ଅନ୍ୟ ବସ ଚାଳୁଛି। ଏଭଳିକି ଗୋଟିଏ ବସ ନଂରେ ଆଂଚଳିକ ପରିବହନ ବିଭାଗ ଅନୁମୋଦିତ କରି ଦେଇଥିବା ବସର ପରମିଟରେ ଆଉ ଗୋଟିଏ ନଂର ବସ ବି ଚଳାଚଳ କରୁଛି ବୋଲି ଅଭିଯୋଗ ଉଠିଛି। ଏଭଳିକି ଗୋଟିଏ ଦ୍ରୁତଗାମୀ ଘରୋଇ ବସର ଲଗେଜ ବକ୍ସ ଅଚାନକ ଭାବେ ରାସ୍ତାରେ ଗଳି ପଡ଼ିଥିଲା। ଯାତ୍ରୀ ମାନେ ପାଠି କରିବା ପରେ ତାହାକୁ ପୁଣି ଆଣି ୱେଲଡିଂ କରି ଲଗାଯାଇଥିଲା। ସେଭଳି କିଛି ପୁରୁଣା ବସର ଯନ୍ତ୍ରାଂଶ ରାସ୍ତାରେ ବାରମ୍ବାର ମରାମତି ହେବା ସହ ରହିଯିବା ବି ନଜିର ରହିଛି। କିଛି ପୁରୁଣା ବସ ଘାଟି ଗୁଡିକ ଚଢ଼ିବା ସମୟରେ ବି ଅଧା ରାସ୍ତାରେ ରହୁଥିବା ବି ଦେଖିବାକୁ ମିଳିଛି। ଏହି ସ୍ଥିତିରେ ଆଂଚଳିକ ପରିବହନ ବିଭାଗ ପକ୍ଷରୁ କେତେ ବସ କେଉଁ ବର୍ଷ ଠାରୁ ଚଳାଚଳ କରୁଛି ଓ କେତେ ବସକୁ ସ୍କ୍ରାପିଂ କରାଯାଇଛି ତାହାର ସାର୍ବଜନୀନ ତାଲିକା ପ୍ରକାଶ କରିବାକୁ ବୁଦ୍ଦିଜୀବୀ ମହଲରେ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/20-20.jpg)