ଭୁବନେଶ୍ୱର/ନବରଙ୍ଗପୁର: ଆଜି ସକାଳେ କାଳବୈଶାଖୀ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ପବନ ସାଙ୍ଗକୁ ବର୍ଷା ହୋଇଛି। ଚିଲିକାରେ ମାଛ ଧରିବାକୁ ଯାଇଥିବା ବେଳେ କାଳବୈଶାଖୀ ଯୋଗୁଁ ସେମାନଙ୍କ ଡଙ୍ଗାଟି ଭାଙ୍ଗି ଯିବାରୁ ପୁରୀ ଜିଲ୍ଳା କଣାସ ଅଞ୍ଚଳର କେତେକ ମତ୍ସ୍ୟଜୀବୀ ଚିଲିକାରେ ନିଖୋଜ ହୋଇଯାଇଥିଲେ। ତେବେ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସମୟୋଚିତ ପଦକ୍ଷେପ ଯୋଗୁଁ ୩ ଜଣଙ୍କୁ ଉଦ୍ଧାର କରାଯାଇ ପାରିଛି। ସେହିପରି କାଳବୈଶାଖୀ ବର୍ଷା, ପବନ ଓ ବଜ୍ରପାତ ଯୋଗୁଁ ନବରଙ୍ଗପୁର ଜିଲ୍ଲାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ମାଲକାନାଗିରି - ଜୟପୁର ମଧରେ ସଡକ ଯୋଗାଯୋଗ ବିଛିନ୍ନ ହୋଇଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ୍‌ ଅନ୍ତର୍ଗତ ଜବାଗୁଡ଼ା ଗାଁରେ କାଳବୈଶାଖୀ ସମୟରେ ବଜ୍ରପାତ ଘଟି କୃଷ୍ଣ ହରିଜନ(୨୨ ବର୍ଷ) ନାମକ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ସେ ଦାନ୍ତ ଘସୁଥିବା ବେଳେ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

Advertisment

publive-image
ସେହିପରି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍‌ରେ କାଳବୈଶାଖୀ ଯୋଗୁଁ ବହୁ ସଂଖାରେ ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ିଛି। ଏପରିକି ବିଭିନ୍ନ ସ୍ଥାନରେ ଘର ଉପରେ ଗଛ ପଡ଼ି ୩ ଜଣ ଆହତ ହୋଇଛନ୍ତି। ଗଛ ଭାଙ୍ଗି ପଡ଼ିଥିବାରୁ ମାଲକାନଗିରି- ଜୟପୁର ମଧ୍ୟରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।