ରାଇରଙ୍ଗପୁର: ଚଳିତ ସାଧାରଣ ନିର୍ବାଚନର ଶେଷ ତଥା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ସରିଛି। ତେବେ ପ୍ରଶାସନର ଅବହେଳା ପାଇଁ ରାଇରଙ୍ଗପୁର ଓ ସାରସକଣା ନିର୍ବାଚନ ମଣ୍ଡଳୀର କିଛି ଭୋଟର୍ ଭୋଟ୍ ଦେବାରୁ ବଂଚିତ ହୋଇଛନ୍ତି।

Advertisment

ସୂଚନାଯୋଗ୍ୟ ଯେ ରାଇରଙ୍ଗପୁର ଓ ସାରସକଣା ନିର୍ବାଚନ ମଣ୍ଡଳୀର ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସମେତ ବିଭିନ୍ନ ସରକାରୀ କାର୍ଯ୍ୟଳୟର ସରକାରୀ ଅଫିସର ଓ କର୍ମଚାରୀ ମାନେ ପୋଷ୍ଟାଲ୍ ଭୋଟ ଦେବାରୁ ବଂଚିତ ହୋଇଥିବା ଅଭିଯୋଗ ହୋଇଥିଲା। ଏହାବ୍ୟତୀତ କିଛି ସରକାରୀ କର୍ମଚାରୀ ପୋଷ୍ଟାଲ୍ ଭୋଟ୍ ବଦଳରେ ବୁଥରେ ଭୋଟ୍ ଦେବାର ନିଷ୍ପତ୍ତି ନେଇ ଛୁଟି ନେଇଥିଲେ କିନ୍ତୁ ତାଙ୍କୁ ଛୁଟି ନମିଳିବାରୁ ସେମାନେ ମଧ୍ୟ ଭୋଟ୍ ଦେବାରୁ ବଂଚିତ ହୋଇଛନ୍ତି। ଏହା ବ୍ୟତୀତ ଦୁଇ ନିର୍ବାଚନ ମଣ୍ଡଳୀର କିଛି ଗ୍ରାମର ଗୋଟିଏ ଗୋଟିଏ ୱାର୍ଡର ୩୦ ରୁ ୪୦ ଜଣ ଭୋଟର୍ ଭୋଟଟ୍ ଦେବାରୁ ବଂଚିତ ହେବାରୁ ଅଭିଯୋଗ ହୋଇଛି। ତାଙ୍କ ପାଖରେ ଭୋଟର୍ ପରିଚୟ ପତ୍ର ଅଛି କିନ୍ତୁ ଭୋଟର୍ ତାଲିକାରେ ତାଙ୍କର ନାମ ନଥିବାରୁ ସେମାନେ ଭୋଟ୍ ଦେବାରୁ ବଂଚିତ ହୋଇଛନ୍ତି। ତେବେ ଏଭଳି ସମସ୍ୟା ପାଇଁ ଦାୟୀ କିଏ ତାହା ତଦନ୍ତ କରାଯାଉ ବୋଲି ମତଦାତାମାନେ ଦାବି କରିଛନ୍ତି।