ଭୁବନେଶ୍ୱର: ଧୀରେ ଧୀରେ କମିବାରେ ଲାଗିଛି ରାଜ୍ୟରେ ମାଓ କାର୍ଯ୍ୟକଳାପ ବିଧାନସଭାରେ ଏହି ଉତ୍ତର ଦେଇଛନ୍ତି ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର | ଓଡ଼ିଶାରେ କିଭଳି ମାଓ ସମସ୍ୟା ବୃଦ୍ଧି ପାଉଛି ବୋଲି ଜୟପୁର ବିଧାୟକ ପ୍ରଶ୍ନ କରିଥିଲେ | ଗତ ୫ ବର୍ଷରେ ମାଓ କାର୍ଯ୍ୟକଳାପ କିଭଳି ବୃଦ୍ଧି ପାଉଛି ବୋଲି ବିଧାୟକ ତାରା ବାହିନୀପତି ପ୍ରଶ୍ନ କରିଥିଲେ |
ଏହାର ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି ଯେ ବିଗତ ୫ ବର୍ଷରେ ମାଓ କାର୍ଯ୍ୟକଳାପ ହ୍ରାସ ପାଇଛି | ରାଜ୍ୟରେ ଏବେ ୧୫ଟି ମାଓ ଉପଦ୍ରୁତ ଜିଲ୍ଲା ଥିବାବେଳେ ମାଓବାଦୀମାନେ ୧୦୫ ଜଣଙ୍କୁ ହତ୍ୟା କରିଛନ୍ତି | ପୁଲିସ ଇନଫର୍ମର ସନ୍ଦେହରେ ସାଧାରଣ ଲୋକଙ୍କୁ ମାଓବାଦୀ ହତ୍ୟା କରିଥିବାର ଦିବ୍ୟ ଶଙ୍କର କହିଛନ୍ତି |
ସେହିପରି ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟ ବେଳେ ୮୬ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି | ଏଠାରେ ସୂଚନା ଥାଉ କି ଓଡ଼ିଶାର ୧୫ଟି ଜିଲ୍ଲା ମଧ୍ୟରୁ ମାଲକାନଗିରି, କୋରାପୁଟ, କନ୍ଧମାଳ, କଳାହାଣ୍ଡି, ରାୟଗଡା, ବଲାଙ୍ଗୀର, ବରଗଡ଼, ଅନୁଗୁଳରେ ମାଓ କାର୍ଯ୍ୟକଳାପ ଚିନ୍ତାଜନକ ସ୍ଥିତିରେ ରହିଛି |