ମାଓ ସଂଗଠନ ସିଏନ୍‌ଏମ୍‌ ଅଧ୍ୟକ୍ଷ ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେଵାଡା ଜିଲ୍ଲା ପୁଲିସ ଏବଂ ସିଆରପିଏଫକୁ ମିଳିଛି ସଫଳତା। ମିଳିତ କମ୍ବିଂ ସମୟରେ ନକ୍ସଲ ସଂଗଠନର ସିଏନ୍‌ଏମ୍‌ ଅଧ୍ୟକ୍ଷ ଲକ୍ଷ୍ମଣ କାରଟାମୀ ଅରଫ ପାଡା (୨୨) ଧରାପଡ଼ିଛି।

୨୦୧୪ ମସିହା ଅଗଷ୍ଟ ମାସ ୨୫ ତାରିଖରେ ଟଟେମ ନିକଟରେ ଏସଟିଏଫ, ସିଆରପିଏଫ, ପୁଲିସ କମ୍ବିଂ କରିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିବା ଏବଂ ପୁଲିସ ଉପରେ ଗୁଳି ଚଳାଇବା ଘଟଣାରେ ଲକ୍ଷ୍ମଣ ସଂପୃକ୍ତ ଥିଲା। ସେହିପରି ୨୦୧୬ ମାର୍ଚ୍ଚ ମାସ ୩୦ ତାରିଖରେ ମେଲାଵାଡା ଗ୍ରାମ ନିକଟରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯାନବାହାନରେ ନିଆଁ ଲଗାଇବା, ନିରୀହ ଲୋକଙ୍କୁ ପିଟିବା, ପ୍ରଜାକୋର୍ଟକୁ ଲୋକଙ୍କୁ ଡାକିବା, ପୋଷ୍ଟର ମାରିବା ଇତ୍ୟାଦି କାମ ସେ କରୁଥିଲା। ପଚରାଉଚୁରା ଜାରି ରହିଛି ଏବଂ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପଦାକୁ ଆସିବ ବୋଲି ପୁଲିସ୍‌ ଆଶା ପ୍ରକଟ କରିଛି।

ସମ୍ବନ୍ଧିତ ଖବର