ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ମାଓବାଦୀଙ୍କ ତାଣ୍ଡବ: ବିସ୍ଫୋରଣରେ ଉଡ଼ାଇଲେ ବନରକ୍ଷୀ ଆବାସ, ଗେଷ୍ଟ ହାଉସ ଜାଳିଲେ

ରାଉରକେଲା : ଓଡିଶା- ଝାଡ଼ଖଣ୍ଡ ସୀମାନ୍ତ ପଶ୍ଚିମ ସିଂହଭୂମ ବାରକେଳାରେ ମାଓବାଦୀ ଉନ୍ମକ୍ତ କାଣ୍ଡ ଭିଆଇଛନ୍ତି l ଗତକାଲି ରାତି ପ୍ରାୟ ଏଗାରଟାରେ ସଶସ୍ତ୍ର ମାଓବାଦୀ ବାରକେଳା ବନରକ୍ଷୀ ଆବାସ, ଅଫିସ ଓ ଗେଷ୍ଟ ହାଉସରେ ପହଞ୍ଚି ତାଣ୍ଡବ ମଚାଇଥିଲେ l ପ୍ରଥମେ ଗେଷ୍ଟ ହାଉସ ଓ ଅଫିସକୁ ବୋମା ବିସ୍ପୋରଣ କରି ଉଡାଇଦେଇଥିଲେ l

ଏପରିକି ବିସ୍ପୋରଣରେ ବନରକ୍ଷୀମାନେ ରଖିଥିବା ସିଲିଣ୍ଡରକୁ ମଧ୍ୟ ବ୍ୟବହାର କରିଥିଲେ l ପରେ ବନରକ୍ଷୀ ଆବାସରେ ରହୁଥିବା ବନରକ୍ଷୀ ଓ ସେମାନଙ୍କ ପିଲା ଛୁଆଙ୍କୁ ନିକଟରେ ଥିବା ହାଟ ପରିସରକୁ ନେଇ ଯାଇଥିଲେ l ସେଠାରେ ବନରକ୍ଷୀଙ୍କୁ ମାଡ ମାରି ଅଫିସ ନ ଖୋଇବାକୁ ଧମକ ଚମକ ଦେଇଥିଲେ l

ପରେ ବନରକ୍ଷୀ ଆବାସଗୁଡିକୁ ନିଆଁ ଲଗାଇ ଜାଳି ଦେଇଥିଲେ l ଆବାସ ଅଫିସ ଆଗରେ ରହିଥିବା ଦୁଇଟି ଟାଟା ଏସିଇ, ବଲେରୋ,କାର , ଦୁଇଟି ମୋଟର ବାଇକ,ସ୍କୁଟିକୁ ମଧ୍ୟ ନିଆଁ ଲଗାଇ ଦେଇଥିଲେ l ରାତି ତମାମ ଏଭିଳି କାଣ୍ଡ ଘଟାଇ ଚାଲିଥିଲେ l ଭୋରୁ ନିକଟ ସରଣ୍ଡା ଜଙ୍ଗଲକୁ ଚାଲି ଯାଇଛନ୍ତି l ଆଜି ସକାଳେ ବରିଷ୍ଟ ପୁଲିସ ଅଧିକାରୀ, ସିଆରପିଫ ଯବାନ ପହଞ୍ଚି ଆହତ ବନରକ୍ଷୀଙ୍କୁ ସ୍ଥାନୀୟ ହସ୍ପିଟାଲ ରେ ଭର୍ତ୍ତି କରିଛନ୍ତି l ମାଓବାଦୀଙ୍କୁ ଧରିବାକୁ ନିକଟ ସରଣ୍ଡା ଜଙ୍ଗଲରେ କମ୍ବିଂ ଅପରେସକୁ ଜୋରଦାର କରାଯାଇଛି l

ସମ୍ବନ୍ଧିତ ଖବର